ନିରାଶା ଭିତରେ ଆଶାର ଝଲକ: ମିଳିଲା ବିକ୍ରମର ସନ୍ଧାନ

ନୂଆଦିଲ୍ଲୀ: ମିଳିଛି ବିକ୍ରମର ସନ୍ଧାନ ଆଉ ଯୋଗାଯୋଗ ପାଇଁ ଇସ୍ରୋ ଆଶାବାଦୀ ହୋଇପଡିଛି । ଯଦି ଲାଣ୍ଡର ବିକ୍ରମ ସୁରକ୍ଷିତ ଭାବେ ଧୀର ଅବତରଣ କରିଥାଏ ଏବଂ କେବଳ ଯଦି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ, ତେବେ ହୁଏତ ଯୋଗାଯୋଗ ପୁନଃସ୍ଥାପନର ସମ୍ଭାବନା ବି ରହିଛି । ଶେଷ ମୁହୂର୍ତରେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ମଦ୍ରିଦ ସ୍ଥିତ ନାସା ଡିପ୍ ସ୍ପେସ୍ ସେଂଟର ଓ ମରିସସ୍ ସ୍ଥିତ ଭାରତୀୟ ଷ୍ଟେସନରେ ବିକ୍ରମର ଲିଙ୍କ୍ ଖୋଜିଥିଲେ । କିନ୍ତୁ ସେଠାରୁ ମଧ୍ୟ ସେହି ସମାନ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କାହିଁକି ଏହି ଘଟଣା ଘଟିଛି, ତାହା ଅନୁଧ୍ୟାନ କରାଯାଉଛି । କିନ୍ତୁ ପ୍ରାଥମିକ ସ୍ତରରେ ଜଣାପଡୁଛି, ଲାଣ୍ଡର ବିକ୍ରମର ଗତିକୁ କମ୍ କରିବା ପାଇଁ ହୋଇଥିବା ବ୍ୟବସ୍ଥାରେ କୌଣସି ତ୍ରୁଟିଦେଖାଯାଇ ଥାଇପାରେ । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ତାଙ୍କ ପାଖରେ ସତ ଜାଣିବାପାଇଁ ଯଥେଷ୍ଟ ତଥ୍ୟ ରହିଛି ଏବଂ ବିଫଳତା ଅନୁଧ୍ୟାନ କମିଟି ଏହି ତଥ୍ୟ ସବୁକୁ ପରୀକ୍ଷାନିରୀକ୍ଷା କରୁଛି । ଉଲ୍ଲେଖଯୋଗ୍ୟ, ଗତ ଶନିବାର ରାତି ୧.୩୦ରୁ ୨.୩୦ ମିନିଟ୍‌ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ସୂକ୍ଷ୍ମ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ‘ଲ୍ୟାଣ୍ଡର ବିକ୍ରମ’ ସହ ଇସ୍ରୋ ଯୋଗାଯୋଗ ବିଛିନ୍ନ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ ଜୈସ୍‌ ମୁଖ୍ୟ ମାସୁଦ ଆଝାରକୁ କହିଛି ପାକିସ୍ତାନ

Mon Sep 9 , 2019
ନୂଆଦିଲ୍ଲୀ: ଜାତିସଂଘର ମାନବ ଅଧିକାର ସଂଗଠନର ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲନା ମାସୁଦ ଆଝାରକୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜୋରଦାର କରିବାକୁ କହିଛି ପାକିସ୍ତାନ। ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଅତ୍ୟନ୍ତ ଗୋପନୀୟ ତଥ୍ୟ ଅନୁସାରେ ୫୧ ବର୍ଷିଅ ମାସୁଦକୁ ଆସନ୍ତା କିଛି ଦିନ ମଧ୍ୟରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ତୀବ୍ର କରିବାକୁ ପାକିସ୍ତାନ କହିଛି। ଗତ ଫେବ୍ରୁଆରିରେ ପୁଲଓ୍ଵାମା ଆକ୍ରମଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial