କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ : ଆହତଙ୍କୁ ବଡ଼ମେଡିକାଲରେ ଭର୍ତ୍ତି

ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

କଟକ: କଟକ ସହରର ଛତ୍ରବଜାର ପରିବା ମାର୍କେଟ ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ପୋଲ ଭୁଶୁଡ଼ିଛି। ଆଜି ସନ୍ଧ୍ୟାରେ ମାଟି ଅତଡ଼ା ଖସିବାରୁ ଅଘଟଣ ଘଟିଛି। ପୋଲ ନିକଟ ପୁରୁଣା କାନ୍ଥ ଭୁଶୁଡ଼ିବାରୁ ମାଟି ଅତଡ଼ା ଖସିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ନିର୍ମାଣାଧୀନ ପୋଲ ଆଜି ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ସମୟରେ କିଛି ଶ୍ରମିକ କାମ କରୁଥିଲେ। ହଠାତ୍‌ ପୋଲ ନିକଟରେ ମାଟି ଅତଡ଼ା ଖସିଯିବାରୁ ଶ୍ରମିକମାନେ ଫସିଯାଇଥିଲେ। ସୂଚନା ମିଳିବା ପରେ ପୁଲିସ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ସ୍ଥାନୀୟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମାଟି ତଳେ ଆହୁରି କିଛି ଲୋକ ଚାପି ହୋଇଛନ୍ତି କି ନାହିଁ, ତାହା ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଜଣାପଡ଼ିବ। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି। ତେବେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଘଟଣାର ତଦନ୍ତ ହେବ।

Share Now:

Kalinga News Beuro

Next Post

ମାର୍ଚ୍ଚ ୩୦ରେ ସେନ୍ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର

Wed Mar 9 , 2022
ମେଲବୋର୍ଣ୍ଣ : ଆସନ୍ତା ୩୦ ତାରିଖରେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିସି)ଠାରେ କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଭିକ୍ଟୋରିଆ ରାଜ୍ୟର ପ୍ରିମିୟର (ଆମ ଦେଶର ମୁଖ୍ୟମନ୍ତ୍ରୀ ପରି) ଡାନିଏଲ ଆଣ୍ଡ୍ର୍ୟୁଜ୍ ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ପୂର୍ବରୁ ୱାର୍ଣ୍ଣଙ୍କ ପରିବାର ପକ୍ଷରୁ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କରାଯିବ। ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର ପାଇଁ ଏମସିସିକୁ […]
ମାର୍ଚ୍ଚ ୩୦ରେ ସେନ୍ ଓ୍ବାର୍ଣ୍ଣଙ୍କ ଅନ୍ତିମ ସଂସ୍କାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial