କରୋନା ଭାଇରସକୁ ମହାମାରୀ ଘୋଷଣା ପରେ ଷ୍ଟକ ବଜାରରେ କମ୍ପନ, ନିବେଶକଙ୍କ ୬ ଲକ୍ଷ କୋଟି କ୍ଷତି

ମୁମ୍ବାଇ : କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହା ଫଳରେ ବିଶ୍ୱ ଆର୍ଥିକ ସଂକଟ ଗଭୀର ହେବାର ଆଶଙ୍କା ଦେଖାଦେଇଛି । ଏହି ଆଶଙ୍କାରେ ସାରା ବିଶ୍ୱର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ପରେ ମଧ୍ୟ ନିବେଶକଙ୍କ ଭରସା ପାଉନାହିଁ । ଭାରତରେ ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖାଦେଇଛି । ସେନସେକ୍ସ ପ୍ରାୟ ୧୮୨୧ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟୀ ମଧ୍ୟ ୫୪୧ ପଏଣ୍ଟ ହ୍ରାସ ପାଇ ୨୦୧୮ ଅକ୍ଟୋବର ପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଭାରତୀୟ ଟଙ୍କା ମଧ୍ୟ ୧୭ ମାସର ସର୍ବନିମ୍ନ ସ୍ତର ୭୪.୩୫ରେ ପହଞ୍ଚିଛି । ଷ୍ଟକ ବଜାରରେ ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହି ଭାଇରସ ଏବେ ବିଶ୍ୱର ୧୦୫ଟି ଦେଶରେ ପହଞ୍ଚିସାରିଲାଣି ଓ ବିଶ୍ୱର ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୪୩୭୩ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତ ସରକାର ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯାଇଛି । ଲୋକମାନେ ଏକତ୍ରିତ ହେଉଥିବା ବିଭିନ୍ନ ସମାରୋହ ଉପରେ କଟକଣା ଲଗାଯାଇଛି ।

Share Now:

Kalinga News Beuro

Leave a Reply

Next Post

କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ

Thu Mar 12 , 2020
ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ସୋସିଆଲ୍‌ ମିଡିଆରେ ବ୍ୟାପକ ମିଥ୍ୟା ପ୍ରଚାର ଚାଲିଛି। କରୋନା ଭାଇରସ ଅପେକ୍ଷା ସୋସିଆଲ୍‌ ମିଡ଼ିଆରେ ଏଭଳି ଗୁଜବ ଖୁବ୍‌ ଦ୍ରୁତ ଗତି‌ରେ ପ୍ରଚାର ହେଉଛି। କରୋନା ଭାଇରସଜନିତ ମୃତ୍ୟୁହାର ମାତ୍ର ୩.୪ ପ୍ରତିଶତ। ଏଣୁ କରୋନା ଭାଇରସକୁ ନେଇ ଏତେ ଆତଙ୍କିତ ହେବାର କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଉହାନ୍‌ରେ ପ୍ରାଥମିକ ଅବସ୍ଥାରେ କରୋନା ମୃତ୍ୟୁ ହାର ସର୍ବାଧିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial