ପ୍ରଦୂଷଣ କମିବା ପ‌ରେ ଦିଲ୍ଲୀରେ ବୁଧବାରଠାରୁ ଖୋଲିବ ସ୍କୁଲ

ଦିଲ୍ଲୀରେ ବୁଧବାରଠାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଟିକିଏ କମ ହେବା ପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି ଯେ, ବୁଧବାରଠାରୁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପୁଣି ଥରେ ଖୋଲାଯିବ। ଏହା ସହ ପ୍ରଦୂଷଣକୁ ଆଖି ଆଗରେ ରଖି ୫୦% ସରକାରୀ କର୍ମଚାରୀ ଘରୁ କାମ କରିବାର ନିୟମ ମଧ୍ୟ ହଟାଇ ଦିଆଯାଇଛି। ଆଜିଠାରୁ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ ଆସି କାମ କରିବେ। ସହରରେ ବାୟୁ ଗୁଣବତ୍ତା ଉନ୍ନତ ହେବା ସହିତ ରାଜପଥ, ସଡ଼କ, ଫ୍ଲାଏଓଭର ଇତ୍ୟାଦି ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ପରିବେଶ ମନ୍ତ୍ରୀ ଘୋଷଣା କରିଛନ୍ତି। ସୋମବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସାମାନ୍ୟ ଉନ୍ନତି ପରେ ସୋମବାର ସକାଳ ୯ଟାରେ ୩୫୨ରେ ରହିଥିଲା। ପ୍ରଦୂଷଣ ସାମାନ୍ୟ କମ ହେବା ପରେ ଦିଲ୍ଲୀ ସରକାର ପୁଣି ଥରେ ନିୟମ କୋହଳ କରିଛନ୍ତି। କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛି। ଅଣ-ବିଏସ୬ ଡିଜେଲ ଯାନ ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି। ବର୍ତ୍ତମାନ ଦିଲ୍ଲୀରେ ଟ୍ରକ ପ୍ରବେଶ କରିପାରିବା ସହ ଅଣ-ବିଏସ୬ ଡିଜେଲ ଯାନ ଚଳାଚଳ କରିପାରିବ।

Share Now:

Kalinga News Beuro

Next Post

ଜଳେଶ୍ୱର ମୋଟର୍ସରେ ବଡ଼ ଧରଣର ଜି ଏସ୍ ଟି ଚଢ଼ାଉ : କୋଟି କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ

Mon Nov 7 , 2022
ଭୁବନେଶ୍ୱର: ରାଜଧାନୀର ଗାଡ଼ି ସୋରୁମ ଜଳେଶ୍ୱର ମୋଟର୍ସରେ ଏକ ବଡ଼ ଧରଣର ଜି ଏସ୍ ଟି ରେଡ କରାଯାଉଥିବାର ଖବର ମିଳିଛି। ସେଣ୍ଟ୍ରାଲ ଜିଏସଟି ଏହି ଚଢ଼ାଉ କରୁଥିବା ଜଣାଯାଇଛି। ଜଳେଶ୍ୱର ମୋଟର୍ସର ପୁରୁଣା କାର ସୋରୁମରେ ଏହି ଚଢ଼ାଉ ଚାଲିଛି। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ଆସିବା ପରେ କାଗଜପତ୍ର, ଫାଇଲ ଯାଞ୍ଚ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ଜିଏସଟି ଟିମ୍। ଏଠାରେ ଏକକାଳୀନ […]
ଜଳେଶ୍ବର ମୋଟର୍ସରେ ବଡ଼ ଧରଣର ଜି ଏସ୍ ଟି ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial