ଚୀନରେ ଭୂମିକମ୍ପର ୧୭ ଦିନ ପରେ ଆଶ୍ଚର୍ଯ୍ୟଜନକଭାବେ ଉଦ୍ଧାର ହେଲେ ଯୁବକ

ଚୀନ ଭୂମିକମ୍ପ

ବେଜିଂ : ସେପ୍ଟେମ୍ବର ୫ରେ ଚୀନର ସିଚୁଆନରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୯୩ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଏହି ଭୂମିକମ୍ପର ଧ୍ବଂସସ୍ତୁପରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି। ପ୍ରାୟ ୧୭ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିକୁ ଜଣେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗେନ ୟୁ ନାମକ ଏହି ବ୍ୟକ୍ତି ସିଚୁଆନ ପ୍ରଦେଶରେ ଥିବା ଓ୍ବାଙ୍ଗଡଙ୍ଗ ଜଳବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ। ସେ ଦିନ ଭୂମିକମ୍ପ ଆସିବା ପରେ ଜଳଭଣ୍ଡାରକୁ ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ସେ ଓ ତାଙ୍କ ସାଥୀ କର୍ମଚାରୀ ଲୁ ୟଙ୍ଗଙ୍କ ସହ ସେଠାରେ ସହ ଅଟକି ଯାଇଥିଲେ। ଭୂମିକମ୍ପରେ ଆହତ ହୋଇଥିବା ଆଉ କିଛି କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା ପାଇଁ ସେମାନେ ଅଟକି ଯାଇଥିଲେ। କିନ୍ତୁ ଭୂମିକମ୍ପ ପରେ ଉକ୍ତ ପାହାଡ଼ିଆ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ସେମାନେ ଆଉ ବାହାରି ପାରିନଥିଲେ। ଗେନ ୟୁଙ୍କର ଆଉ ଏକ ସମସ୍ୟା ଥିଲା। ତାଙ୍କର ଆଖି ଖରାପ ଥିବାରୁ ସେ ସବୁବେଳେ ଚଷମା ପିନ୍ଧନ୍ତି। ଚଷମା ଖୋଲିଦେଲେ ସେ ଏକରକମ ଅନ୍ଧ ପାଲଟି ଯାଆନ୍ତି। ଦୁର୍ଭାଗ୍ୟବଶତଃ ଭୂମିକମ୍ପ ପରେ କୌଣସି କାରଣରୁ ତାଙ୍କର ଚଷମା ମଧ୍ୟ ଭାଙ୍ଗି ଯାଇଥିଲା। ଏଣୁ ସେ ରାସ୍ତା ଖୋଜିବାକୁ ସମସ୍ୟାରେ ପଡ଼ି ବାଟବଣା ହୋଇଯାଇଥିଲେ। ଲୁ ୟଙ୍ଗଙ୍କୁ ଗତ ୮ ତାରିଖରେ ଉଦ୍ଧାର କରାଯାଇଥିଲେ ବି ଗେନ ନିଖୋଜ ଥିଲେ। ଇତି ମଧ୍ୟରେ ୧୭ ଦିନ ବିତିଯାଇଥିବାରୁ ଉଦ୍ଧାରକାରୀ ଦଳ ମଧ୍ୟ ତାଙ୍କର ଆଶା ଛାଡ଼ିଦେଇଥିଲେ। କିନ୍ତୁ ସପ୍ଟେମ୍ବର ୨୧ ବୁଧବାର ଦିନ ଜଣେ ସ୍ଥାନୀୟ ଗ୍ରାମବାସୀ ତାଙ୍କ ସନ୍ଧାନ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ପିଏଫଆଇ ଉପରେ ଏନଆଇଏ ଚଢଉ : ଶହେରୁ ଅଧିକ ଗିରଫ

Thu Sep 22 , 2022
ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ଜବତ ନୂଆଦିଲ୍ଲୀ : ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଚଢଉ ଶେଷ ହୋଇଛି। ଏହି ଚଢଉ ବେଳେ ପିଏଫଆଇର ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିବାବେଳେ ଅନେକ ପ୍ରକାରର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏସବୁ ସାମଗ୍ରୀକୁ ପ୍ରମାଣଭାବେ ବିଭିନ୍ନ କୋର୍ଟରେ ଦାଖଲ କରାଯିବ। ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଚଢଉ ବେଶ […]
ପିଏଫଆଇ ଉପରେ ଏନଆଇଏ ଚଢଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial