ପାକିସ୍ତାନରେ ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ : ୭ଜଣ ଶିକ୍ଷକଙ୍କ ପ୍ରାଣହାନୀ

ସ୍କୁଲରେ ପଶି ଗୁଳିବର୍ଷା

ଇସଲାମାବାଦ: ପାକିସ୍ତାନରେ ଥିବା ସ୍କୁଲରେ ପଶି ଗୁଳିବର୍ଷା କଲେ ଆକ୍ରମଣକାରୀ। ଗଲା ୭ଜଣ ଶିକ୍ଷକଙ୍କ ଜୀବନ। ଗୁରୁବାର ଦିନ ପାକିସ୍ତାନର ଖୈବୁର ପଖତୁନଖ୍ବାସ୍ଥିିତ ଏକ ବିଦ୍ୟାଳୟକୁ ହଠାତ୍ କିଛି ଆକ୍ରମଣକାରୀ ପଶି ଆସିବା ସହ ଗୁଳିବର୍ଷା କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣରେ ବିଦ୍ୟାଳୟର ୭ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ ବୋଲି ଜଣାପଡି ନାହିଁ।
ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ କୌଣସି ଛାତ୍ରଛାତ୍ରୀ ମୃତାହତ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ବିଶେଷ କରି ଖୈବୁର ପଖତୁନଖ୍ବା ଏବଂ ବାଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଗତ ବର୍ଷ ନଭେମ୍ବରରେ ତହରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ସରକାରଙ୍କ ଅସ୍ତ୍ରବିରତି ଉଲଂଘନ ପରେ ଏଭଳି ଘଟଣା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୧୮ପରେ ଆକ୍ରମଣ ଟିକିଏ କମ ଥିବା ବେଳେ ଜାନୁଆରି ୨୦୨୩ରେ ସର୍ବାଧିକ ସଂଖ୍ୟକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୩୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୪ଜଣ ଆହତ ହୋଇଛନ୍ତି।

Share Now:

Kalinga News Beuro

Next Post

ଆସୁଛି ସାମୁଦ୍ରିକ ବାତ୍ୟା ‘ମୋଚା’ : ଗତିପଥ ଏବେ ବି ଅସ୍ପଷ୍ଟ

Thu May 4 , 2023
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସ ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟଟି ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା […]
ଆସିବ ସାମୁଦ୍ରିକ ବାତ୍ୟା ‘ମୋଚା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial