ଆମପାଖରେ ବି ଅଛି ଅସ୍ତ୍ରଶସ୍ତ୍ର, ଘରେ ପଶି ମାରିବୁ : ଧମକ ଦେଲେ ପୁଟିନ

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଗୁରୁବାର ବାର୍ଷିକ ଅଧିବେସନରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୟୁକ୍ରେନ ସହିତ ଜାରି ରହିଥିବା ଯୁଦ୍ଧ ସମୟରେ ପୁଟିନଙ୍କ ଏହି ଭାଷଣ ରୁ‌ଷିଆବାସୀଙ୍କ ସହିତ ଆମେରିକା, ୟୁରୋପ ଏବଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଟିନ ପୁଣିଥରେ ୟୁକ୍ରେନକୁ ସହାୟତା ଯୋଗାଇ ଦେଉଥିବା ଦେଶଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି। ରୁଷିଆ ବିରୋଧରେ ଯିବା ଦ୍ୱାରା ‌ସେସବୁ ଦେଶର କ୍ଷତି ହେବ ବୋଲି ସେ କହିଛନ୍ତି। ପୁଟିନ କହିଛନ୍ତି, ଏଭଳି ଆକ୍ରମଣକାରୀ ସାବଧାନ ହେବା ଆବଶ୍ୟକ, ସେମାନେ ମନେ ରଖିବା ଉଚିତ ଆମ ପାଖରେ ମଧ୍ୟ ଅସ୍ତ୍ରଶସ୍ତ୍ର ରହିଛି। ଆମେ ଘରେ ପଶି ମାରିବୁ। ଏହାହେଲେ ଅତୀତ ତୁଳନାରେ ପରିଣାମ ଅଧିକ ଦୁଃଖଦ ହେବ।
ସେ କହିଛନ୍ତି ସମ୍ପ୍ରତି ରୁଷିଆ ହେଉଛି ୟୁରୋପର ସବୁଠାରୁ ବୃହତ ଅର୍ଥ ବ୍ୟବସ୍ଥା। ପୃଥିବୀର ପଞ୍ଚମ ବୃହତ ଅର୍ଥନୀତି ଭାବେ ରୁଷିଆ ଆଗୁଆ ରହିଛି। ଆମର ଅର୍ଥବ୍ୟବସ୍ଥା ଲଗାତାର ଭଲ ପ୍ରଦର୍ଶନ ଜାରି ରଖିଛି। ବିଭିନ୍ନ ପ୍ରତିବନ୍ଧକ ଜାରି ସତ୍ତ୍ୱେ ଆମର ପ୍ରଗତି ଧାରା ଅଟକି ରହିନାହିଁ। ପାଶ୍ଚାତ୍ୟ ଦେଶ ଆମ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଚିନ୍ତା କରିବା ଜରୁରୀ। ଆବଶ୍ୟକ ପଡ଼ିଲେ ଆମେ ସୀମା ପାର ଆକ୍ରମଣ ପାଇଁ ପ୍ରସ୍ତୁତ। ଆମ ପାଖରେ ଏଭଳି ବିକଶିତ ଅସ୍ତ୍ରଶସ୍ତ୍ର ରହିଛି ଯାହାଦ୍ୱାରା ଆମେ ‌ସେମାନଙ୍କର ସୀମାରେ ପ୍ରବେଶ କରି ଆକ୍ରମଣ କରିପାରିବୁ। ଏହାକୁ କେହି ଭୁଲିବା ଉଚିତ ନୁହେଁ ବୋଲି ପୁଟିନ ଧମକ ଦେଇଛନ୍ତି।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ସମ୍ମାନସୂଚକ ଡି ଲିଟ୍‌ ଉପାଧି

Thu Feb 29 , 2024
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମିଶ୍ରଙ୍କୁ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।୧୯୭୨ ବ୍ୟାଚ୍‌ ଭାରତୀୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial