ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ଫସିଲେ ୨୦୦ରୁ ଅଧିକ ଲୋକେ

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ

କୁଲ୍ଲୁ: ପ୍ରବଳ ବର୍ଷା ପାଇଁ ହିମାଚଳ ପ୍ରଦେଶରେ ହେଲା ଭୂସ୍ଖଳନ। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଥିବାର ଜଣାଯାଇଛି। କୁହାଯାଉଛି ଯେ, ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରେ ଏକାଧିକ ଯାତ୍ରୀ ଥିବା କୁହାଯାଉଛି। ପ୍ରଶାନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି, ଭୂସ୍ଖଳନ ଓ ବନ୍ୟା ପାଇଁ ଟ୍ରାଫିକ୍ ଜାମ୍ ହେବାରୁ ଏବେ ରାସ୍ତା ବନ୍ଦ ରହିଛି। ଆମେ ଗତ ସନ୍ଧ୍ୟାରୁ ରାସ୍ତାରେ ଫସି ରହିଛୁ। ଜାମ୍ ବଢ଼ିବା ସହ ଏକାଧିକ ଗାଡ଼ି ଅଟକି ରହିଛନ୍ତି।
ଏ ମଧ୍ୟରେ ମଣ୍ଡି ପ୍ରଶାସନ ଅଧିକାରୀ କହିଛନ୍ତି ଯେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ରାସ୍ତାକୁ ଅବରୋଧ କରିଥିବା ବଡ଼ ବଡ଼ ପଥରକୁ ବିସ୍ଫୋରଣ କରି ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଚଣ୍ଡିଗଡ଼କୁ ମନାଲି ସହିତ ସଂଯୋଗ କରୁଥିବା ଜାତୀୟ ରାଜପଥ-୨୧ ସାତ-ଆଠ ଘଣ୍ଟା ମଧ୍ୟରେ ଖୋଲିବ ବୋଲି ଆଶା କରାଯାଉଛି। ଯାତ୍ରୀମାନଙ୍କୁ ରାସ୍ତା ଖୋଲା ନହେବା ପର୍ଯ୍ୟନ୍ତ ମଣ୍ଡି ଆଡକୁ ନଯିବାକୁ ପରାମର୍ଶ ଦିଆଯାଇଛି। ତେବେ ବର୍ଷା ଲାଗି ରହିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହିତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ହେବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବନ୍ଧୁକ ମୁନରେ୨ଲକ୍ଷ ଲୁଟିନେଲେ ୪ଲୁଟେରା

Mon Jun 26 , 2023
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ କେତେ ଅସୁରକ୍ଷିତ, ତାହା ଏବେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। ଦିନ ଦ୍ୱିପ୍ରହରରେ ୪ଜଣ ଲୁଟେରା ବାଇକରେ ଆସି କାରକୁ ଅଟକାଇବା ଏବଂ କାର ଭିତରେ ଥିବା ଟଙ୍କା ବ୍ୟାଗ୍ ଧରି ଫେରାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଲୁଟେରାମାନେ କିଭଳି ନିଡର ‌ହୋଇ ଖୁଲମ ଖୁଲା ଲୁଟୁଛନ୍ତି ତାହା ପ୍ରଗତି ମଇଦାନ ଟନେଲରେ ଘଟିଥିବା ଘଟଣା ପ୍ରମାଣ […]
ବନ୍ଧୁକ ମୁନରେ ୨ଲକ୍ଷ ଲୁଟିନେଲେ ୪ଲୁଟେରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial