ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ : ମନମୋହିଲା ଓଡ଼ିଶୀ ନୃତ୍ୟାଭିନୟ

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’ର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେସିଆରୁ ଆସିଥିବା ଗୀତା ଶଙ୍କରନ ଓ ସାଥୀଙ୍କ ଦ୍ୱାରା ଦଳଗତ ନୃତ୍ୟରୁ। ପରେ ଏକକ ନୃତ୍ୟ ପରିବେଷଣ କରିଥିଲେ ବର୍ଦ୍ଧମାନର ପ୍ରୀତି ସରକାର, ପାରଳାଖେମୁଣ୍ଡିର ବିଷ୍ଣୁପ୍ରିୟା ମଣ୍ଡଳ, ଯାଜପୁରର ଶୁଭଲକ୍ଷ୍ମୀ ସ୍ୱାଇଁ, ରାଉରକେଲାର ଋତିକା ରାଏ, କଲିକତାର ପାୟଲ ମଜୁମଦାର ମଣ୍ଡଳ, ଭୁବନେଶ୍ୱରର ସୂର୍ଯ୍ୟକାନ୍ତି ସାହୁ, ଉତ୍ତର ପ୍ରଦେଶର ପବୋନ ରାଜୱାର, ଭୁବନେଶ୍ୱରର ସୁଧାଶ୍ରୀ ପ୍ରିୟଦର୍ଶିନୀ, କଲିକତାର ଜିତ ଘୋଷ, ଦିଲ୍ଲୀର ସ୍ନିଗ୍ଧା ଶୀଖା ପାଟ୍ଟଯୋଶୀ। ଦ୍ୱୈତ ନୃତ୍ୟ ପରିବେଷଣ କରିଥିଲେ ଐଶ୍ୱର୍ଯ୍ୟା ମହାନ୍ତି ଓ ପ୍ରତୀକ୍ଷା କୁଅଁର। ଦଳଗତ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଧାମର ନୃତ୍ୟଶିଳ୍ପୀ ଶୁଭଶ୍ରୀ ପଟ୍ଟନାୟକ ଓ ସାଥୀମାନେ। ଶେଷରେ କୋଲକାତାର ସଂକଳ୍ପ ନୃତ୍ୟାୟନର ଶିଳ୍ପୀମାନଙ୍କର ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା। ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା କଟକ କଳାବିକାଶ କେନ୍ଦ୍ରର ସୁଧାରାଣୀ ପ୍ରଧାନଙ୍କ ନୃତ୍ୟାଭିନୟ। ପରେ ଆଶ୍ରିତା ସାମନ୍ତରାୟ ଓ ସାଇ ପ୍ରାର୍ଥନା, ମାଲେସିୟାର ଅନନ୍ୟା କାନ୍ନନ, ପୁରୀ ଡ୍ୟାନ୍ସ ଏକାଡେମିର ଶିଳ୍ପୀମାନେ ନୃ୍ତ୍ୟାଭିନୟ ପରିବେଷଣ କରିଥିଲେ।
ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତି ନେଇ ଆସିଥିଲେ ଆମେରିକାର ବିଷ୍ଣୁତତ୍ତ୍ୱ ଦାସ। ପରେ କଲିକତାର ସୁମୟୀ ମୁଖାର୍ଜିଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି…, ଭୁବନେଶ୍ୱରର ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ଦ୍ୱାରା ଅଭିନୟ ‘ଅଶ୍ୱସ୍ଥାମା-ମୃତ୍ୟୁ, ମୃତ୍ୟୁ ମାଗେ ଅମରତ୍ୱ…, ଦ୍ୱୈତ ନୃତ୍ୟରେ ଆଶୁତୋଷ ଓ ବିଶ୍ୱରୂପା ଦୀକ୍ଷିତଙ୍କ ପରିବେଷିତ ନୃତ୍ୟ ‘ନଦୀ ଓ ନାରୀ-କିଏ ଗୋ ସଖୀ ତୁମେ ଯାଅ ବହି ବହି… ବେଶ୍‌ ଆକର୍ଷଣୀୟ ଥିଲା। ଆଜି ସଂଧ୍ୟାର ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପଦ୍ମଶ୍ରୀ ଗୁରୁ ଇଲିଆନା ସିତାରିଷ୍ଟ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ହରିଶଙ୍କର ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଭାଙ୍ଗି ପଡ଼ିଲା ନିର୍ମାଣାଧୀନ ରେଳବାଇ ଓଭର୍‌ବ୍ରିଜ୍‌: ଅନିର୍ଦ୍ଦିଷ୍ଟ କାଳଯାଏଁ ରେଳ ଚଳାଚଳ ବାତିଲ

Mon Dec 30 , 2019
ବାଲେଶ୍ୱର: ରବିବାର ଦିନ ପ୍ରାୟ ୧୧: ୩୦ରେ ବାଲେଶ୍ୱରରୁ ଭଦ୍ରକ ଯିବା ବାଟରେ ପଡୁଥିବା ପ୍ରଥମ ରେଳବାଇ ଓଭର୍‌ବ୍ରିଜ୍‌ (ଶୋଭାରାମପୁର ଓଭର୍‌ବ୍ରିଜ୍‌ ଭାବେ ସୁପରିଚିତ) ଭାଙ୍ଗି ପଡ଼ିବାରୁ ସେ ବାଟେ ଅନିର୍ଦ୍ଦିଷ୍ଟ କାଳଯାଏଁ ସମସ୍ତ ରେଳଗାଡ଼ି ଚଳାଚଳ ବାତିଲ କରାଯାଇଛି। ପ୍ରାୟ ୬୦ ମିଟର୍‌ ଦୀର୍ଘ ସେ ଓଭର୍‌ବ୍ରିଜ୍‌ରେ ୬ଟି ଗାର୍ଡର୍‌ ଲାଗିବାର ଥିଲା। ଆଜି ଶେଷ ଗାର୍ଡର୍‌ଟି ଲଗାଯିବା ପରେ ପରେ ପ୍ରଥମ ଗାର୍ଡର୍‌ଟି ତଳକୁ ଖସିପଡ଼ିଲା। ତା’ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial