୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ : ପ୍ରଦୀପଙ୍କ ଘରୁ ଜବତ ହେଲା ୧୪୪୦ ଗ୍ରାମ ସୁନା

୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ ହୋଇଥିବାର ଖବର ମିଳିଛି। ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା। ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପ୍ରଦୀପଙ୍କ ଘରୁ ଜବତ ହୋଇଥିବା ଜରୁରୀକାଳୀନ ଦସ୍ତାବିଜ ଓ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରିବେ ବୋଲି ଜଣାଯାଇଛି। ସନ୍ଧାନ ସମୟରେ ମିଳିଥିବା ଦଲିଲଗୁଡ଼ିକୁ ଫାଇନାନ୍ସିଆଲ୍ ୱିଙ୍ଗ୍ ଅଫ୍ ଭିଜିଲାନ୍ସ ଏବଂ ପ୍ରଫେସନାଲ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଙ୍ଗ୍ କନସଲଟାଣ୍ଟସ୍ ଅଧିକାରୀଙ୍କ ଦ୍ୱାରା ପରୀକ୍ଷା କରାଯିବ। ଏହାଛଡ଼ା ସାଇବର ସେଲ୍ ଅଫ୍ ଭିଜିଲାନ୍ସ ସର୍ଚ୍ଚ ସମୟରେ ମିଳୁଥିବା ସମସ୍ତ ଇଲେକ୍ଟ୍ରୋନିକ୍ ପ୍ରମାଣ / ଡକ୍ୟୁମେଣ୍ଟ ଯାଞ୍ଚ କରିବ। ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତଙ୍କ ପରୀକ୍ଷା ଠିକ୍ ସମୟରେ କରାଯିବ। ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ହିଜ୍‌ବୁଲ୍ଲାହ୍‌ ସହ କୌଣସି ଯୁଦ୍ଧ ବେଳେ ଇସ୍ରାଏଲ୍‌ ଉପରେ ଦୈନିକ ୨୦୦୦ ରକେଟ୍‌ ପଡ଼ିପାରେ: ସେନା

Mon Oct 18 , 2021
ଇସ୍ରାଏଲ୍‌ : ଲେବାନନ୍‌ର ହିଜ୍‌ବୁଲ୍ଲାହ୍‌ ସହ ଇସ୍ରାଏଲ୍‌ ଯୁଦ୍ଧ କରିବାକୁ ଚାହେଁନାହିଁ କିନ୍ତୁ, ଯଦି ଯୁଦ୍ଧ ହୁଏ ତେବେ, ହିଜ୍‌ବୁଲ୍ଲାହ୍‌ ଦୈନିକ ନିକ୍ଷେପ କରୁଥିବା ୨୦୦୦ ରକେଟ୍‌ର ସମୁଖୀନ ହେବା ପାଇଁ ଇସ୍ରାଏଲ୍‌ ପ୍ରସ୍ତୁତ ଅଛି ବୋଲି ଜଣେ ବରିଷ୍ଠ ଇସ୍ରାଏଲୀୟ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲୀୟ ସେନା ପାଲେଷ୍ଟେନୀୟ ସଶସ୍ତ୍ର ସଙ୍ଗଠନ ସହ ୧୧ ଦିନ ଯୁଦ୍ଧ […]
ସାମରିକ ଅଧିକାରୀ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial