ରାତି ପାହିଲେ ପଞ୍ଚୁକ: ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ବଡ଼ ଏକାଦଶୀରେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ମନା

ବଡ଼ ଏକାଦଶୀରେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ ମନା

ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ପଞ୍ଚୁକ ଆରମ୍ଭ ହୋଇଯିବ। କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର। ଭକ୍ତିଭାବରେ ତଲ୍ଲୀନ ହେଉଛି ତନ ଓ ମନ। କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ପଞ୍ଚୁକ ଆରମ୍ଭ ହୋଇଯିବ। ଯେଉଁମାନେ କାର୍ତ୍ତିକ ମାସ ସାରା ବ୍ରତ ପାଳନ କରି ନାହାନ୍ତି, ସେମାନଙ୍କ ମଧ୍ୟରୁ ଅନେକ ‌କାଲିଠାରୁ ୫ ଦିନ ପାଇଁ ଏହି ବ୍ରତ ଆରମ୍ଭ କରିବେ। ‌ସୋମବାର ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ଦ୍ବିତୀୟ ଦିନ (ମଙ୍ଗଳବାର) ଗରୁଡ଼ ଦ୍ବାଦଶୀରେ ବାଙ୍କଚୂଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜ ରାଜେଶ୍ବର ବେଶରେ ସୁନା ବେଶ ହୋଇ ‌ଦର୍ଶନ ଦେବେ। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଜୋରଦାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିଦିଆଯାଇଛି। ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ୩ ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି ଓ ୩୦ ଇନ୍ସପେକ୍ଟର ନିୟୋଜିତ ହେବେ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଆଜି (ରବିବାର) ଓ ଆସନ୍ତାକାଲି (ନଭେମ୍ବର ୧୫ ତାରିଖ) ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏହି ଦୁଇଦିନ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବ ରବିବାର ଭଳି ଆଜି ବି ଶ୍ରୀମନ୍ଦିରର ସାନିଟାଇଜେସନ୍‌ କରାଯାଉଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ଏଣେ ଆସନ୍ତାକାଲି ପବିତ୍ର ବଡ଼ ଏକାଦଶୀ ପଡ଼ୁଥିବାରୁ କାଳେ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ଭିଡ଼ ହେବ, ସେଭଳି ଆଶଙ୍କା ପ୍ରକଟ କରି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଥିବା କୁହାଯାଉଛି।

Share Now:

Kalinga News Beuro

Next Post

ନନ୍ଦନକାନନରେ ମଙ୍ଗଳବାର ଠାରୁ ପୁଣି ଗଡ଼ିବ ଟୟ ଟ୍ରେନ୍‌ : ରୋପ୍‌ୱେକୁ ଆହୁରି ଅପେକ୍ଷା

Sun Nov 14 , 2021
ବାରଙ୍ଗ: ନନ୍ଦନକାନନର ଟୟ ଟ୍ରେନ୍‌ ଗଡ଼ିବା ନିଷ୍ପତ୍ତି ଏବେ ଟଳମଳ ଅବସ୍ଥାରେ। ନୂଆ ଟୟଟ୍ରେନ୍‌ (ବ୍ୟାଟେରିଚାଳିତ)ରେ ନିଆଁ ଲାଗିବା ପରଠାରୁ ଏହାର ଚଳାଚଳ ବନ୍ଦ ହୋଇଯାଇଥିଲା। ତେବେ ପୁଣି କେବେ ଏହି ରେଳଗାଡ଼ି ଗଡ଼ିବ, ତାହା ସ୍ଥିର ହୋଇପାରୁନାହିଁ। ବ୍ୟାଟେରିଚାଳିତ ଟ୍ରେନ୍‌ଟି ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ କି ନୁହେଁ ବୋଲି କର୍ତ୍ତୃପକ୍ଷ ନିଶ୍ଚିତ ହୋଇପାରୁନଥିବା ଜଣାପଡ଼ିଛି। ବାରମ୍ବାର ରେଳଧାରଣାରେ ଗଡ଼ାଇ ପରୀକ୍ଷା କରାଯାଉଥିଲେ ବି କର୍ତ୍ତୃପକ୍ଷ ଏଥିରେ ଯାତ୍ରୀଙ୍କ ନିରାପତ୍ତାକୁ […]
ନନ୍ଦନକାନନର ଟୟ ଟ୍ରେନ୍‌

ଆହୁରି ପଢ଼ନ୍ତୁ