କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ଆଜି

କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ବର : କଳିଙ୍ଗ ଷ୍ଟୁଡିଓକୁ ବିଶ୍ବସ୍ତରୀୟ ଷ୍ଟୁଡିଓରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥି ପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆଜି (ଗୁରୁବାର) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ। କୋଭିଡ୍‌ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ଷ୍ଟୁଡିଓର ନବୀକରଣ ନକ୍ସାକୁ ମଡେଲ୍‌ ଭାବେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ପ୍ରଦର୍ଶନ କରାଯିବ। ଗତକାଲି ସନ୍ଧ୍ୟାରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଳିଙ୍ଗ ଷ୍ଟୁଡିଓ ଯାଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଶିଳ୍ପର ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ସିଏମ୍‌ଡି ସଞ୍ଜୟ କୁମାର ସିଂହ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଓ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଉତ୍ତେଜକ ପରିସ୍ଥିତି ସୃଷ୍ଟି କଲା ଉତ୍ତର କୋରିଆ

Thu Mar 25 , 2021
ସିଓଲ୍‌: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଉତ୍ତର କୋରିଆ ଜାପାନ ଏବଂ ଆଖପାଖ ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦର କାରଣ ହୋଇଥିବା କଥା ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗା କହିଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବାକୁ ଓ୍ଵାସିଂଟନ୍‌ ଏବଂ ସିଓଲ୍‌କୁ ଟୋକିଓ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି […]
ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial