ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ଅଧିକ ଦର, ଲାଗିବ ଅବଢ଼ାର ମୂଲ୍ୟ ସୂଚୀ

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଆନନ୍ଦବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଉ ଠକାମୀର ଶିକାର ହେବାକୁ ପଡ଼ିବ ନାହିଁ। ଭକ୍ତ ନିଜ ପସନ୍ଦ ମୁତାବକ ମହାପ୍ରସାଦ କିଣି ଉପଯୁକ୍ତ ମୂଲ୍ୟ ଦେବେ। ଏଭଳି ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଶନିବାର ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କିଛି ଦିନ ପରେ ଅବଢ଼ାର ମୂଲ୍ୟ ସୂଚୀ ଲାଗିବ। ଏହି ନିଷ୍ପତ୍ତି ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଭକ୍ତ ମହଲରେ ଅାନନ୍ଦ ପ୍ରକାଶ ପାଇଛି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଆନନ୍ଦବଜାରରେ ଅବଢ଼ାରେ ମୂଲ୍ୟ ତାଲିକା ଲାଗିବ। ଏଥି ସହିତ ଅନ୍ନଦାନ ଆଟିକାକୁ ବନ୍ଦ କରାଯିବ। ସେହିଭଳି ମନ୍ଦିର ଭିତରେ ଦକ୍ଷିଣା ଆଦାୟ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ମହାପାତ୍ର କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆଉ କିଛି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପାଇଁ ବର୍ଷେ ଲାଗିପାରେ।

Share Now:

Kalinga News Beuro

Leave a Reply

Next Post

ଦେହଜୀବୀଙ୍କୁ ଜୀବନସାଥୀ କଲେ ଯୁବକ:କାଟୁ କଲାନି ସମାଜର ନାଲିଆଖି

Sun Aug 5 , 2018
ନୂଆଦିଲ୍ଲୀ: ‘ୟେ ଇସ୍କ ନହିଁ ଆସାନ୍‌, ବସ୍‌ ଇତନା ସମଝ୍‌ ଲିଜିଏ। ଆଗ୍‌ କା ଦରିଆ ହେ ଔର୍‌ ଡୁବ୍‌କେ ଜାନା ପ୍ରସିଦ୍ଧ ଉର୍ଦ୍ଦୁ ଓ ପାର୍ସୀ କବି ମିର୍ଜା ଗାଲିବ୍‌ଙ୍କର ଭାଷାରେ ପ୍ରେମର ପଥ ଏତେ ସହଜ ନୁହେଁ। ଆଉ ଥରେ ଯଦି କିଏ ପ୍ରେମରେ ପଡ଼ିଯାଏ, ତା’ହେଲେ ସେ ସମାଜର ସବୁ ବାଧାବନ୍ଧନକୁ ଭାଙ୍ଗି ଦେବାର ସାହସ ରଖେ। ଆଜି ଆପଣଙ୍କୁ ଏମିତି ଏକ ପ୍ରେମର କଥା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial