କେନାଲକୁ ଗାଧୋଇବାକୁ ଯାଇ ୧୫ ବର୍ଷିୟ ନାବାଳକ ନିଖୋଜ

୧୫ ବର୍ଷିୟ ନାବାଳକ ନିଖୋଜ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜଗମୋହନ ଗ୍ରାମ ଡେରାସାହିର ୧୫ ବର୍ଷିୟ ନାବାଳକ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାଯାଇଛି। ନାବାଳକଜଣକ ହେଲେ ଡେରାସାହିର ପି ପ୍ରଭାକରଙ୍କ ପୁଅ କାହ୍ନା ମହାରଣା। ଖବର ପାଇ ଧରାକୋଟ ଦମକଳ ବାହିନୀ କେନାଲରେ ପହଞ୍ଚି ନାବାଳକକୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଥିବା ବେଳେ ଏ ପର୍ଯ୍ୟନ୍ତ କାହ୍ନାକୁ ଉଦ୍ଧାର କରାଯାଇପାରିନାହିଁ। ସୂଚନା ଅନୁଯାୟୀ, ଆଜି ସକାଳେ କାହ୍ନା ସହ ଜଣେ ସହଯୋଗୀ ବଳରାମ ଡାକୁଆ ଦୁହେଁ ମିଶି କେନାଲକୁ ଗାଧେଇବାକୁ ଯାଇଥିଲେ। କାହ୍ନା ପାଣିରେ ବୁଡ଼ିଯାଇଥିବା ସହଯୋଗୀ ଜଣଙ୍କ ଗ୍ରାମବାସୀଙ୍କୁ ଜଣାଇବା ପରେ ଖୋଜିବା କାର୍ଯ୍ୟ ଚାଲିଛି। କାହ୍ନା ଦଶମ ଶ୍ରେଣୀର ଛାତ୍ର ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ସଫଳ ଲକ୍ଷ୍ୟଭେଦ କଲା ‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ର

Sun Oct 18 , 2020
ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ଏକ ‘ଷ୍ଟିଲ୍‌ଥ୍ ଡେଷ୍ଟ୍ରୟର୍‌’ ବା ରାଡାର୍‌ରେ ଧରାପଡୁ ନ ଥିବା ‌ଯୁଦ୍ଧପୋତରୁ ରବିବାର ଦିନ ‘ସୁପର୍‌ସୋନିକ୍ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌’ର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି ବୋଲି ଏକ ବିବୃତିରେ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) କହିଛି। ଆରବ ସାଗରରେ ଥିବା ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ଚେନ୍ନାଇ’ରୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ରଟି ଉଚ୍ଚମାନର ତଥା ଅତ୍ୟନ୍ତ ଜଟିଳ ବୁଲାଣି […]
‘ବ୍ରହ୍ମୋସ୍‌’ କ୍ଷେପଣାସ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial