ସ୍ପାରେ ସେକ୍ସ ର‍୍ୟାକେଟ:ସଂଧ୍ୟାସୁଦ୍ଧା ଦେଶ ଛାଡିବାକୁ ଥାଇଲାଣ୍ଡ ଯୁବତୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଟୁରିଷ୍ଟ ଭିସା ନେଇ ଭାରତ ଆସି ରାଜଧାନୀ ଭୁବନେଶ୍ୱରରେ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିଲେ ଥାଇଲ୍ୟାଣ୍ଡର ୮ ଜଣ ଯୁବତୀ। ଏହି ବିଦେଶୀ ଲଳନାଙ୍କ ଗ୍ରାହକ ଥିଲେ ରାଜଧାନୀର ବହୁ ଦାମୀନାମୀ ଲୋକ। ତେବେ ଗତ ୧୯ ତାରିଖରେ ବାପୁଜୀନଗରରେ ଏକ ସ୍ପାରେ ଚାଲିଥିବା ଏହି ଦେହ କାରବାର ଉପରେ ଚଢ଼ାଉ କରିଥିଲା କମିସନରେଟ୍‌ ପୁଲିସ। ଆଉ ସେଥିରୁ ୮ ଥାଇଲ୍ୟାଣ୍ଡ ବାରଙ୍ଗନାଙ୍କ ସହିତ ୭ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖିଥିଲା ପୁଲିସ। ତେବେ ରାଜଧାନୀ ଭୁବନେଶ୍ୱରରେ ଦେହ ବ୍ୟବସାୟ ଚଳାଇ ବେଶ କିଛି ଅର୍ଥ ରୋଜଗାର କରିବା ପାଇଁ ଆସିଥିବା ଥାଇଲ୍ୟାଣ୍ଡର ଏହି ଯୁବତୀମାନଙ୍କୁ ଦେଶ ( ଭାରତ) ଛାଡ଼ି ଚାଲିଯିବା ପାଇଁ ନୋଟିସ ଜାରି କରିଛି କମିସନରେଟ ପୁଲିସ। ଭୁବନେଶ୍ୱର ଡିସିପି ଆଜି( ମେ ମାସ ୩୧ତାରିଖ) ସନ୍ଧ୍ୟା ସୁଦ୍ଧା ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀମାନେ ଭାରତ ଛାଡ଼ି ସେମାନଙ୍କ ଦେଶକୁ ଚାଲି ଯିବାପାେଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୯ତାରିଖରେ ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଥିବାଏକ ସ୍ପାରେ ଚଢ଼ାଉ କରି ସେଠାରେ ଚାଲିିଥିବା ଦେହ ବେପାର ଉପରୁ ପରଦା ହଟାଇଥିଲା ପୁଲିସ। ଏହି ବଡ ସେକ୍ସ ରାକେଟରେ ସଂପୃକ୍ତ ଥିବା ୮ଜଣ ଥାଇଲ୍ୟାଣ୍ଡ ଯୁବତୀ ପୋଲିସ ହାତରେ ଧରାପଡିଥିଲେ। ବିଦେଶୀ ଯୁବତୀଙ୍କ ସହିତ ମଜା ଲୁଟୁଥିବା ୭ ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ସେହି ସ୍ପାରୁ। ଆଉ ଆଜି ସେହି ୮ ଜଣ ବିଦେଶୀ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ଦେଶଛାଡ଼ି ଚାଲିଯିବା ପାଇଁ ନୋଟିସ୍‌ ଜାରି କରିଛି କମିଶନରେଟ ପୋଲିସ। ଟୁରିଷ୍ଟ ଭିସା ନାଁରେ ବିଦେଶିନୀମାନେ ଆସି ସେକ୍ସ ର‍୍ୟାକେଟରେ ସାମିଲ ହୋଇଥିବାରୁ ଭିସା ଗାଇଡ୍‌ ଲାଇନକୁ ସେମାନେ ଉଲଂଘନ କରୁଥିବା ଦର୍ଶାଇ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ସେମାନଙ୍କୁ ଭୁବନେଶ୍ୱର ଡିସିପି ଅନୁପ ସାହୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲ୍‌ରେ ଏମିତି ଚାଲିଛି ଚିକିତ୍ସା : ଅସ୍ତ୍ରୋପଚାରର ୪ ବର୍ଷ ପରେ ଗର୍ଭବତୀ

Thu May 31 , 2018
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ପିଛା ଛାଡୁନି ବିବାଦ। ସମସ୍ୟା ଜାରି ରହିଥିବା ବେଳେ ଏବେ ଅସ୍ତ୍ରୋପଚାରକୁ ନେଇ ଉଠିଛି ପ୍ରଶ୍ନ। ଜଣେ ମହିଳା ୪ ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ଏବେ କିନ୍ତୁ ଦୁଇ ମାସର ଗର୍ଭବତୀ। ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ପୁରୀ […]

ଆହୁରି ପଢ଼ନ୍ତୁ