ତୁଳସୀର ଜହର କାରବାର

ଭୁବନେଶ୍ୱର: ନାଁ ତୁଳସୀ। ହେଲେ କାମ ଓଲଟା। ନିଜ ନାଁକୁ ସାର୍ଥକ କରିବେ କ’ଣ, ବିକ୍ରି କରୁଛନ୍ତି ବ୍ରାଉନସୁଗାର ଭଳି ଜହର। ଆଉ ଏଥିରେ ସାମିଲ କରିଛନ୍ତି ନିଜ ପୁଅକୁ। ରାଜଧାନୀ ଲକ୍ଷ୍ମୀସାଗର ହଳଦିପଡିଆ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିବା ବେଳେ ଦୁଇ ମାଆ ପୁଅଙ୍କୁ ଗିରଫ କରିଛି କମିଶରେଟ୍‌ ପୋଲିସ। ଉଭୟଙ୍କଠାରୁ ପୋଲିସ ୧୪ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା। ଏହାସହ ଉଭୟଙ୍କଠାରୁ ପୋଲିସ ନଗଦ ୧ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ବୋଲି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ବାରମ୍ୱାର ରେଡ ଓ ଧରାପଡିବାର ଭୟ ଥିବାରୁ ବ୍ରାଉସନୁଗାର ସଂଗ୍ରହ କରିବା ଟ୍ରେଣ୍ଡ ବଦଳିଛି। ଏଣିକି ଡିଲର ସିଧା ଘରେ ଆଣି ବ୍ରାଉନସୁଗାର ଯୋଗାଉଛି। ପୁଅ ଛୋଟ ଛୋଟ ପୁଡିଆ ବିକ୍ରି କରୁଥିବା ବେଳେ, ତୁଳସୀ ଚିହ୍ନା ପରିଚିତ ଗରାଖଙ୍କୁ ବିକ୍ରି କରୁଥିବା ପୋଲିସ କହିଛି। ଗତ ସପ୍ତାହ ତଳେ ୧୨ ଜୁନରେ ଅବକାରୀ ବିଭାଗ ହଳଦି ପଡିଆରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରଉନସୁଗାର ଜବତ କରିଥିଲା। ଖାଲି ହଳଦି ପଡିଆ ନୁହେଁ ରାଜଧାନୀର ଅନେକ ବସ୍ତିରେ ଏଭଳି ବ୍ରାଉନସୁଗାର ବିକ୍ରି ହେଉଥିବା ବେଳେ, ସେସବୁ ସ୍ଥାନକୁ ପୋଲିସ ଚିହ୍ନଟ କରିଥିବା ଡିସିପି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା :ସକାଳ ସାଢେ ୫ରୁ ପହଣ୍ଡି,ହାତୀ ବେଶରେ ଦର୍ଶନ ଦେବେ ମହାବାହୁ

Thu Jun 28 , 2018
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଘଣ୍ଟ, ଘଣ୍ଟା ଓ ବାଦ୍ୟରେ ଦୁଲକି ଉଠିବ ଶ୍ରୀମନ୍ଦିର। ଟାହିଆର ଅପୂର୍ବ ଦୋଳଣରେ ଧାଡ଼ି ପହଣ୍ଡିରେ ସ୍ନାନବେଦିରେ ବିରାଜିବେ ଶ୍ରୀସୁଦର୍ଶନ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ। ସ୍ନାନବେଦି ଉପରେ ୧୦୮ କୁମ୍ଭ ସୁବାସିତ ଜଳରେ କରିବେ ସ୍ନାନ। ତା’ପରେ ଗଜାନନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ। ତେବେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial