ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା :ସକାଳ ସାଢେ ୫ରୁ ପହଣ୍ଡି,ହାତୀ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଘଣ୍ଟ, ଘଣ୍ଟା ଓ ବାଦ୍ୟରେ ଦୁଲକି ଉଠିବ ଶ୍ରୀମନ୍ଦିର। ଟାହିଆର ଅପୂର୍ବ ଦୋଳଣରେ ଧାଡ଼ି ପହଣ୍ଡିରେ ସ୍ନାନବେଦିରେ ବିରାଜିବେ ଶ୍ରୀସୁଦର୍ଶନ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ। ସ୍ନାନବେଦି ଉପରେ ୧୦୮ କୁମ୍ଭ ସୁବାସିତ ଜଳରେ କରିବେ ସ୍ନାନ। ତା’ପରେ ଗଜାନନ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ।

ତେବେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି, ଜଳ ବିଜେ, ସ୍ନାନ, ଛେରା ପହଁରା ପୁଣି ହାତୀ ବେଶକୁ କିପରି ସମୟାନୁଯାୟୀ କରାଯିବ ଓ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ସେବାୟତଙ୍କ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ।

କେତେବେଳେ କେଉଁ ବେଶ

ଆଜି ସକାଳ ୫ଟା ୩୦ରୁ ୭ଟା ୩୦ ମଧ୍ୟରେ ପହଣ୍ଡି, ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ, ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀବେଶ ଓ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ଯାଏଁ ସାହାଣମେଲା ଦର୍ଶନ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ରାତି ୧୦ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଏପଟେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମୁତୟନ ହେବେ ୪୨ ପ୍ଳାଟୁନ୍ ଫୋର୍ସ। ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ।

Share Now:

Kalinga News Beuro

Leave a Reply

Next Post

ଉଚ୍ଛେଦ ହେବ ୟୁଜିସି

Thu Jun 28 , 2018
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ବିଶ୍ୱବିଦ୍ୟାଳୟ ମଂଜୁରି ଆୟୋଗ (ୟୁଜିସି)କୁ ଉଚ୍ଛେଦ କରିବାକୁ ଯୋଜନା କରୁଛନ୍ତି। ଏହା ବଦଳରେ ଉଚ୍ଚ ଶିକ୍ଷା ଆୟୋଗ (ଏଚ୍‌ଇସି) ଗଠନ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଚିଠା ଆଇନ ଜାରି କରିଛି। ଏଥିରେ ୧୯୫୬ ମସିହାର ୟୁଜିସି ବ୍ୟବସ୍ଥାକୁ ଉଚ୍ଛେଦ କରି ଉଚ୍ଚ ଶିକ୍ଷା କମିସନ ଗଠନ ଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଚିଠା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial