ବାଣ ବିସ୍ଫୋରଣରେ ଗୁରୁତର କାରିଗରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବାଣ ବିସ୍ଫୋରଣରେ ଗୁରୁତର କାରିଗରଙ୍କ ମୃତ୍ୟୁ

ବାଲିପାଟଣା: ଗତ ମାସ ୩୧ ତାରିଖ ଅପରାହ୍ନରେ ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନ ଜଇନାବାଦ ନିକଟ ଭାର୍ଗବୀ ନଦୀପଠାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ବାଣ ଜଳିଯିବା ସହ ୨ ଜଣ କାରିଗର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଶିସିଲୋ ବୋଧଖଣ୍ଡି ଗ୍ରାମର ରଘୁନାଥ ପଣ୍ଡାଙ୍କ ଏକମାତ୍ର ପୁଅ ରମାକାନ୍ତ ପଣ୍ଡା ଓରଫ ବୁଟୁ (୪୦ ) ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏକ ସପ୍ତାହ ହେଲା ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଆଜି ପୂର୍ବାହ୍ନରେ ବୁଟୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୁଟୁଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share Now:

Kalinga News Beuro

Next Post

ଛତିଶଗଡରେ ବାଲଟ ଓ ବୁଲେଟ ଲଢେଇ : ୬ ନକ୍ସଲ ମୃତ

Tue Nov 7 , 2023
ରାୟପୁର : ଛତିଶଗଡ଼ରେ ମଙ୍ଗଳବାରଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି। ଅର୍ଥାତ ରାଜ୍ୟରେ ଗୋଟିଏ ସମୟରେ ବାଲଟ ଓ ବୁଲେଟ ଲଢେଇ ଚାଲିଛି। ସୂଚନା ଅନୁସାରେ, ଛତିଶଗଡର କାଙ୍କେର ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ନକ୍ସଲ ଓ ବିଏସଏଫ ଓ ଡିଆରଜିର […]
ବାଲଟ ଓ ବୁଲେଟ ଲଢେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial