ଆଜି ଜନ୍ମାଷ୍ଟମୀ: ପୁଲିସ ଛାଉଣିରେ କନ୍ଧମାଳ

ଫୁଲବାଣୀ : ଆସନ୍ତା କାଲି ଜନ୍ମାଷ୍ଟମୀ। ଏଥିନିମନ୍ତେ ସମଗ୍ର କନ୍ଧମାଳରେ ଗାଁରୁ ସହର ସବୁଠି ଉତ୍ସବ ମୁଖର। ଏଥିସହ ଜଲେଶପଟା ଓ ଚକାପାଦ ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୧ ବର୍ଷ ପୂର୍ତ୍ତି ଶ୍ରାଦ୍ଧ ଉତ୍ସବ ପାଳନ ହେବ। ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି। ସୂଚନା ଅନୁସାରେ, ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ଛାଉଣିରେ ସମଗ୍ର କନ୍ଧମାଳ ରହିଛି। ଅଜଣା ଲୋକଙ୍କ ଉପରେ କଡ଼ା ନଜର ରହିବା ସହ ମାଓବାଦୀଙ୍କ ଗତବିଧି ଉପରେ ନଜର ରଖାଯାଇଛି। ମାଓ ଇଲାକାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ବିଶେଷତଃ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ଓ ଚକାପାଦ ଆଶ୍ରମ ପରିସର ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହାବାଦ ପଦସ୍ଥ ପୁଲିସ ଅଧିକାରୀ ୨ ଆଶ୍ରମରେ ରହି ତଦାରଖ କରୁଛନ୍ତି। ଏହି ଦିନରେ ଶାନ୍ତିଶୃଙ୍ଖଳାର ବଜାୟ ରଖିବାକୁ କନ୍ଧମାଳର ଜନସାଧାରଣଙ୍କୁ ଏସପି ପ୍ରତୀକ ଗୀତା ସିଂ ନିବେଦନ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଲୋକଙ୍କ ପାଖରୁ ଫେରିବ କାଳିଆ ଟଙ୍କା

Fri Aug 23 , 2019
ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କାଳିଆ ଟଙ୍କା ଫେରିବ | ଏବେ ଜୋରସୋରରେ କାଳିଆ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ଚାଲିଥିବା ବେଳେ ଖୁବ ଶୀଘ୍ର ଟଙ୍କା ଫେରସ୍ତ ହେବାର ବ୍ୟବସ୍ଥା କରାଯିବ | ଏବେ ସୁଦ୍ଧା ୩୭ ଲକ୍ଷ କାଳିଆ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ସରିଥିବାବେଳେ ସେମାନଙ୍କ ମଧ୍ୟରୁ ୨.୬୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି |ଏନେଇ ଆଜି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ | […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial