ଲୋକଙ୍କ ପାଖରୁ ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କାଳିଆ ଟଙ୍କା ଫେରିବ | ଏବେ ଜୋରସୋରରେ କାଳିଆ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ଚାଲିଥିବା ବେଳେ ଖୁବ ଶୀଘ୍ର ଟଙ୍କା ଫେରସ୍ତ ହେବାର ବ୍ୟବସ୍ଥା କରାଯିବ | ଏବେ ସୁଦ୍ଧା ୩୭ ଲକ୍ଷ କାଳିଆ ହିତାଧିକାରୀଙ୍କ ଯୋଗ୍ୟତା ଯାଞ୍ଚ ସରିଥିବାବେଳେ ସେମାନଙ୍କ ମଧ୍ୟରୁ ୨.୬୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି |
ଏନେଇ ଆଜି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ | କାଳିଆକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବାବେଳେ ଏ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ | ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ସେହିପରି ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବାକୁ ଥିବା ବେଳେ ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ |

Share Now:

Kalinga News Beuro

Leave a Reply

Next Post

ଆସୁଛନ୍ତି ନନ୍ଦଲାଲା: ସଜେଇ ହେଲାଣି ମଠ, ମନ୍ଦିର

Fri Aug 23 , 2019
ଭୁବନେଶ୍ୱର: ଆସୁଛନ୍ତି ନନ୍ଦନନ୍ଦନ। ଖାସ୍‌ ଏଥିପାଇଁ ଉତ୍ସବ ମୁଖର ହୋଇଗଲାଣି ସାରା ସହର। କଳାକହ୍ନେଇଙ୍କ ସ୍ୱାଗତ ପାଇଁ ମଠ ମନ୍ଦିର ବି ସଜେଇ ହେଲାଣି। ଖାଲି ଯାହା ପ୍ରଭୁଙ୍କ ଆଗମନକୁ ଅପେକ୍ଷା। ଗୃହୀ ମତରେ ଜନ୍ମାଷ୍ଟମୀ ଶୁକ୍ରବାର ପାଳନ କରାଯାଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବକୁ ଶନିବାର ଦିନ ଧରାଯାଉଛି। କିଛି କିଛି ସ୍ଥାନରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ତ’ ଆଉ କେଉଁଠି ମାଖନ ମିଶ୍ରି ବଣ୍ଟନର ଯୋଜନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial