ବଡମ୍ବାରେ ବିଷାକ୍ତ ଖାଦ୍ୟ ଖାଇ ୨ ଶିଶୁ ମୃତ : ବାପା-ମା ଗୁରୁତର

ବଡମ୍ବାରେ ବିଷାକ୍ତ ଖାଦ୍ୟ

ବଡମ୍ବା : କଟକ ବଡମ୍ବାରେ ଅଘଟଣ। ଗୋଟିଏ ପରିବାରରୁ ଏକା ସହ ଚାଲିଗଲେ ଭାଇ ଓ ଭଉଣୀ। ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବିରବରପୁର ଗାଁରୁ ଆସିଛି ଏହି ହୃଦୟବିଦାରକ ଖବର। ଗତକାଲି ବିଳମ୍ବିତ ରାତ୍ରିରେ ଘରେ ମା ରୁପା ପାତ୍ର ନିଜ ହାତରେ ତିଆରି କରିଥିଲେ ଚାଟ, ଘୁଗୁନି ଓ ଭାତ। ସମସ୍ତେ ଆନନ୍ଦ ଉଲ୍ଲାସର ସହ ଖାଇଥିଲେ। ପରେ ଦାଣ୍ତରେ ପୂଜା କରୁଥିବା ଗଣେଶଙ୍କର ପ୍ରତିମୂର୍ତ୍ତିକୁ ବିସର୍ଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। କିନ୍ତୁ ଖାଇସାରିବା ପରେ କିଛି ଭିନ୍ନ ଘଟଣା ଘଟିଥିଲା। ହଠାତ ପୁଅ ରୁଦ୍ର ପାତ୍ର(୧୦ବର୍ଷ) ଏବଂ ଝିଅ ରୁଚିକା ପାତ୍ର(୭ବର୍ଷ) ଙ୍କର ଭୀଷଣ ବାନ୍ତି ସହ ମୁଣ୍ଡ ବୁଲାଇ ହେବାରୁ ପ୍ରଥମେ ତାଙ୍କୁ ସ୍ଥାନୀୟ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥାନୀୟ ଅଧିବାସୀଙ୍କର ସୂଚନା ମୁତାବକ ଚାଟରେ କିଛି ବିଷାକ୍ତ ପଦାର୍ଥର ମିଶ୍ରଣ ଯୋଗୁଁ ଏହିପରି ହୋଇଛି। ଠିକ ୧୫ ମିନିଟ ମଧ୍ୟରେ ପୁଣି ଉଭୟ ବାପା ଗୋବିନ୍ଦ ପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ରୁନୁ ପାତ୍ରଙ୍କର ବାନ୍ତି ହେବା ସହ ଅଚେତ ହୋଇ ପଡିଥିଲେ। ତେବେ ଏକା ସହ ପରିବାରର ୪ ଜଣକୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ କଟକ ଜଗତପୁରର ସଦଗୁରୁ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ଆଜି ସକାଳ ପ୍ରାୟ ୯ଟା ସମୟରେ ଝିଅ ରୁଚିକା ପାତ୍ର ଏବଂ ଦିନ ଠିକ ୧୧ଟା ସମୟରେ ପୁଅ ରୁଦ୍ର ପାତ୍ରଙ୍କର ବିୟୋଗ ଘଟିଥିଲା। ମା ରୁନୁ ପାତ୍ର ଏବେ ବି ଗୁରୁତର ଅବସ୍ଥାରେ ସଦଗୁରୁ ମେଡିକାଲରେ ଚିକିତ୍ସିତ ହେଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Share Now:

Kalinga News Beuro

Next Post

ଓଏଏସ ଅଧିକାରୀ ସ୍ତରରେ ଅଦଳବଦଳ : ଓଏସଆରଟିସି ଜିଏମ ହେଲେ ବିକିକେଶନ ଦେହୁରୀ

Sat Sep 3 , 2022
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଟଲମେଣ୍ଟର ଅତିରିକ୍ତ କମିସନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟଲମେଣ୍ଟର କମିସନର ଭାବେ ଅବସ୍ଥାପିତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଓଡ଼ିଶା ରାଜ୍ୟ ରୋଡ଼ ପରିବହନ ନିଗମ (ଓଏସଆରଟିସି)ର ଜିଏମ ବ୍ରଜ ଗୋପାଲ […]
ଓଏଏସ ସ୍ତରରେ ଅଦଳବଦଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial