ଶଙ୍ଖ ଭବନରେ ଡାକ୍ତର ଦାମୋଦର ରାଉତଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶଙ୍ଖ ଭବନରେ ଡାକ୍ତର ଦାମୋଦର ରାଉତଙ୍କ ପାର୍ଥୀବ ଶରୀର ରହିଛି। ଏଠାରେ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୀର୍ଘଦିନ କାର୍ଯ୍ୟ କରିଥିଲେ ବରିଷ୍ଠ ନେତା ଦାମୋଦର ରାଉତ। ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ବିୟୋଗରେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ମରଣ କରିଥିଲେ ଏବଂ ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଥିଲେ।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

Fri Mar 22 , 2024
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଦେଶର ମୁଖ୍ୟ। ଏନେଇ ଭୁଟାନ ସରକାରଙ୍କ ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial