ଅଲାରନାଥ ମନ୍ଦିରରେ ୫ଟି ସଚିବ : ଭିତ୍ତିଭୂମିର ବିକାଶ ପାଇଁ ସେବାୟତଙ୍କ ସହ କଲେ ଆଲୋଚନା

ଅଲାରନାଥ ମନ୍ଦିରରେ ୫ଟି ସଚିବ

ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି. କେ ପାଣ୍ଡିଆନ ଆଜି ଅପରାହ୍ନରେ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ ମହାପଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସେବାୟତମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ସଚିବଙ୍କ ଗସ୍ତ କାଳ‌ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପୂର୍ତ୍ତ ବିଭାଗ ଏବଂ ଓବିସିିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଭୁ ଅଲାରନାଥଙ୍କ ମନ୍ଦିର ଏକ ପ୍ରସିଦ୍ଧ ଧର୍ମପୀଠ। ସ୍ନାନଯାତ୍ରା ପରେ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଣସର ଘରେ ରହିବା ସମୟରେ ୧୫ଦିନ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥାଏ। କେବଳ ସେତିକି ନୁହେଁ ଶ୍ରୀଚୈତନ୍ୟ ଓ ରାମାନୁଜଚାର୍ଯ୍ୟଙ୍କ ପାଇଁ ମଧ୍ୟ ଅତୀତରେ ଏହି ସ୍ଥାନଟି ସୁଖ୍ୟାତି ଅର୍ଜନ କରିଥିଲା। ଅଲାରନାଥଙ୍କୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମଧ୍ୟ ବୁଲିବାକୁ ଆସିଥାନ୍ତି।

Share Now:

Kalinga News Beuro

Next Post

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

Thu Aug 11 , 2022
ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଉଦ୍ୟମ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଟୀକାଧର ଗୌଡ଼ (୨୦)। ପୁଲିସ ସୂଚନା ମୁତାବକ ଗତକାଲି ମଧ୍ୟାହ୍ନରେ ଟୀକାଧର ଗୌଡ଼ ନାମକ ‌ଜଣେ ଯୁବକ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ଜଣେ […]
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial