୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ-1

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଉଦ୍ୟମ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଟୀକାଧର ଗୌଡ଼ (୨୦)। ପୁଲିସ ସୂଚନା ମୁତାବକ ଗତକାଲି ମଧ୍ୟାହ୍ନରେ ଟୀକାଧର ଗୌଡ଼ ନାମକ ‌ଜଣେ ଯୁବକ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ଜଣେ ପାଞ୍ଚ ବର୍ଷୀୟା ଶିଶୁକନ୍ୟାକୁ କୁରକୁରେ କିଣିଦେବାର ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ନେଇଥିଲା। ଘର ଭିତରେ ପାଞ୍ଚ ବର୍ଷର ଝିଅ ସହ ଅପ୍ରାକୃତିକ ଯୌନ କ୍ରିୟା କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଏହାପରେ ଝିଅଟି ଘରକୁ ଆସି ସବୁକଥା ନିଜ ମା’ଙ୍କୁ ଜଣେଇଥିଲା। ପୀଡିତାର ମା’ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଅଭିଯୁକ୍ତକୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଆଜି ଅଭିଯୁକ୍ତର ଡାକ୍ତରୀମାଇନା ସମ୍ପନ୍ନ ହୋଇଥିବା ବେଳେ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ନବରଙ୍ଗପୁର ପଠାଯାଇଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ସସ୍ମିତା ପୂଜାରୀ ମାମଲାର ତଦନ୍ତ କରୁଛନ୍ତି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କାରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ : ହୋଇପାରିଲାନି ପବିତ୍ରାରୋପଣ

Thu Aug 11 , 2022
ପୁରୁଣା ଭୁବନେଶ୍ୱର : ଗତବର୍ଷ ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତିରେ ବିଭ୍ରାଟ ହୋଇଛି। ଫଳରେ ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତି ହୋଇପାରିନଥିଲା। ଏଥିସହ ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ଠାକୁର ଦିନ ତମାମ ଖାଡ଼ା ଉପାସ ରହିଥିଲେ। ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ଗତକାଲିଠାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ସକାଳୁ ମନ୍ଦିରରେ ପହୁଡ଼ ଖୋଲିବା ପରେ ମଙ୍ଗଳ ଆଳତି ନୀତି […]
ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial