ନୂଆପଡ଼ା: ନୂଆପଡ଼ାରେ ନକ୍ସଲ ଆତଙ୍କ। ନକ୍ସଲମାନଙ୍କ ଗୁଳିରେ କେନ୍ଦ୍ରୀୟ ସଂରକ୍ଷଣ ପୁଲିସ ବଳ (ସିଆରପିଏଫ୍)ର ୩ ଜଣ ଯବାନ ସହିଦ ହୋଇଛନ୍ତି। ଜିଲ୍ଲାର ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଆଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହି ଗୁଳିବିନିମୟରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ। ନୂଆପଡ଼ାର ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସିଆରପିଏଫ୍ ଯବାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସିଆରପିଏଫ୍ ଯବାନମାନେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇଯାଇଥିଲେ। ସେମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳି କରିଥିଲେ। ଯବାନମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ। ତେବେ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସହିଦ ଯବାନମାନଙ୍କର ପରିଚୟ ମିଳିଛି। ଶିଶୁପାଳ ସିଂହ ହେଉଛନ୍ତି ଉତ୍ତର ପ୍ରଦେଶ ନିବାସୀ। ଆଲିଗଡ଼ ଜିଲ୍ଲା ସିକନ୍ଦରାରାଉ ଥାନା ଅନ୍ତର୍ଗତ ଲାଲଗିରି ଗାଁରେ ଶିଶୁପାଳ ଜନ୍ମ ହୋଇଥିଲେ। ତାଙ୍କ ସ୍ତ୍ରୀଙ୍କ ନାମ ପ୍ରବେଶ ଯାଦବ। ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ପଇଗା ନିବାସୀ ଥିଲେ ଶିବଲାଲ। ତାଙ୍କର ପତ୍ନୀଙ୍କ ନାମ ଶକୁନ୍ତଳା ଦେବୀ। ସେହିପରି ଧର୍ମେନ୍ଦ୍ର କୁମାର ସିଂହ ବିହାରର ରୋହତାସ ଜିଲ୍ଲା ଦନୱାର ଥାନା ଅନ୍ତର୍ଗତ ସରଭା ଗାଁରେ ଜନ୍ମ ହୋଇଥିଲେ। ତାଙ୍କର ସ୍ତ୍ରୀ ହେଉଛନ୍ତି ଆଶା ଦେବୀ।
ନକ୍ସଲ ସହ ଗୁଳିବିନିମୟ : ସିଆରପିଏଫ୍ର ୩ ଯବାନ ସହିଦ

Share Now: