ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଦେଶର ମୁଖ୍ୟ। ଏନେଇ ଭୁଟାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ନେତୃତ୍ୱର ଏକ ଉତ୍କୃଷ୍ଟ ପରିଚୟ। ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି ଏବଂ ୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଡୋଶୀ ଦେଶ ପ୍ରଥମ ନୀତି ଦକ୍ଷିଣ ଏସିଆକୁ ମଜବୁତ କରିଛି ଏବଂ ସାମୂହିକ ପ୍ରଗତିର ପଥ ପରିଷ୍କାର କରିଛି। ଭୁଟାନ ପାଇଁ ଏହା ଏକ ଗୌରବର ବିଷୟ ଯେ ଭୁଟାନର ପ୍ରକୃତ ବନ୍ଧୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବନ୍ଧୁତା ଏବଂ ଭୁଟାନ ପ୍ରତି ସମର୍ଥନ ପାଇଁ ଆମର ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ଭୁଟାନ ପକ୍ଷରୁ ୧୭ ଡିସେମ୍ବର ୨୦୨୧ରେ ୧୧୪ ତମ ଜାତୀୟ ଦିବସ ପାଳନ ସମୟରେ ଭୁଟାନର ରାଜା ଏହି ସମ୍ମାନ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଭୁଟାନକୁ ଏହା ହେଉଛି ମୋଦୀଙ୍କର ତୃତୀୟ ଗସ୍ତ।

Share Now:

Kalinga News Beuro

Next Post

ଜେଲ୍‌ରୁ ପତ୍ର ଲେଖିଲେ କେଜ୍ରିୱାଲ୍‌ : ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କଲେ ନିବେଦନ

Sat Mar 23 , 2024
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ତଥା ପୂର୍ବତନ ଆଇଆରଏସ ଅଧିକାରୀ ସୁନୀତା କେଜ୍ରିୱାଲ ଆଜି ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଛନ୍ତି। ସେ କେଜ୍ରିୱାଲ୍‌ଙ୍କ ଟ୍ୱିଟର ଆକାଉଣ୍ଟ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଜେକ୍ରିୱାଲ୍‌ ଜେଲ୍‌ରୁ ଲେଖିଥିବା ଚିଠିକୁ ଦେଶବାସୀଙ୍କ ପାଇଁ ପଢ଼ିଛନ୍ତି। ଏହି ବାର୍ତ୍ତାରେ କେଜ୍ରିୱାଲ ସମସ୍ତଙ୍କୁ ସମାଜ ପାଇଁ କାର୍ଯ୍ୟ ଜାରି ରଖିବାକୁ ଏବଂ କାହାକୁ ଘୃଣା ନକରିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial