ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ତଥା ପୂର୍ବତନ ଆଇଆରଏସ ଅଧିକାରୀ ସୁନୀତା କେଜ୍ରିୱାଲ ଆଜି ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଛନ୍ତି। ସେ କେଜ୍ରିୱାଲ୍ଙ୍କ ଟ୍ୱିଟର ଆକାଉଣ୍ଟ୍ରେ ଏକ ଭିଡିଓ ପୋଷ୍ଟ୍ କରି ଜେକ୍ରିୱାଲ୍ ଜେଲ୍ରୁ ଲେଖିଥିବା ଚିଠିକୁ ଦେଶବାସୀଙ୍କ ପାଇଁ ପଢ଼ିଛନ୍ତି। ଏହି ବାର୍ତ୍ତାରେ କେଜ୍ରିୱାଲ ସମସ୍ତଙ୍କୁ ସମାଜ ପାଇଁ କାର୍ଯ୍ୟ ଜାରି ରଖିବାକୁ ଏବଂ କାହାକୁ ଘୃଣା ନକରିବାକୁ ଅନୁରୋଧ କରିଛନ୍ତି। ଏପରିକି ଶାସକ ବିଜେପି ସହ ହଜାରେ ବିବାଦ ସତ୍ତ୍ୱେ କେଜ୍ରିୱାଲ୍ ନିଜ ଚିଠିରେ ସେମାନଙ୍କୁ ଭାଇଭଉଣୀ ବୋଲି ସମ୍ବୋଧନ କରିଛନ୍ତି। ସେମାନଙ୍କୁ ଘୃଣା ନକରି ସମାଜ ପାଇଁ କାମ କରିବାକୁ ସେ ନିଜ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) କର୍ମୀଙ୍କୁ କହିଛନ୍ତି।
“ଭାରତ ଭିତରେ ଏବଂ ବାହାରେ ଅନେକ ଶକ୍ତି ଅଛି ଯାହା ଦେଶକୁ ଦୁର୍ବଳ କରୁଛି। ଆମକୁ ସତର୍କ ରହିବାକୁ ପଡିବ, ଏହାକୁ ଚିହ୍ନଟ କରି ସେମାନଙ୍କୁ ପରାସ୍ତ କରିବାକୁ ପଡିବ। ଦିଲ୍ଲୀର ମହିଳାମାନେ ନିଶ୍ଚୟ ଭାବୁଥିବେ ଯେ କେଜ୍ରିୱାଲ ଭିତରେ ଅଛନ୍ତି। କିଏ ଜାଣେ ଯେ ସେମାନେ ୧୦୦୦ ଟଙ୍କା ପାଇବେ କି ନାହିଁ। ଆପଣ ନିଜର ଭାଇ, ପୁଅ ଉପରେ ବିଶ୍ୱାସ ରଖନ୍ତୁ। କୌଣସି ଜେଲ ନାହିଁ ଯାହା ମୋତେ ଦୀର୍ଘ ସମୟ ଅଟକାଇପାରିବ।’’ ବୋଲି ସୁନୀତା ବାର୍ତ୍ତାରେ ପଢ଼ିଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଗିରଫରୁ ସୁରକ୍ଷା ଦେବାକୁ ମନା କରିବା ପରେ ଗୁରୁବାର ସନ୍ଧ୍ୟାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ୧୨ ଜଣ ଅଧିକାରୀଙ୍କ ଏକ ଟିମ୍ ତାଙ୍କ ବାସଭବନକୁ ଯାଇ ସେଠାରେ ତାଙ୍କୁ ପଚରାଉଚରା କରିଥିଲେ। ସେଠାରେ କାଗଜପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ରାତିରେ ତାଙ୍କୁ ଗିରଫ କରିଥିଲେ।
ଜେଲ୍ରୁ ପତ୍ର ଲେଖିଲେ କେଜ୍ରିୱାଲ୍ : ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କଲେ ନିବେଦନ

Share Now: