ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେଲା ଟ୍ରେଲର : ୪ ମୃତ, ୯ ଆହତ

ବ୍ରଜରାଜନଗର: ଜାତୀୟ ରାଜପଥ ୪୯ର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୁନିଏନ ଗ୍ରାମ ବୁଲାଣିରେ ଏକ ଟ୍ରେଲର ଓ ପାସେଞ୍ଜର ଟାଟା ମ୍ୟାଜିକକୁ ଧକ୍କା ଦେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ୯ ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପୂର୍ବାହ୍ନ ସାଢେ଼ ୧୦ ଟାରେ ଘଟିଛି।
ଟାଟା ମ୍ୟାଜିକ ପସେଞ୍ଜର ଗାଡ଼ିଟି ଯାତ୍ରୀଙ୍କୁ ଧରି ପାଞ୍ଚଗାଁରୁ ବେଲପାହାଡ଼ ଯାଉଥିବା ସମୟରେ ବେଲପାହାଡ଼ ପଟୁ ରାୟଗଡ଼ ଦିଗରେ ଯାଉଥିଲା। ଟ୍ରେଲରଟି ଜୁନିଏନ ବୁଲାଣି ନିକଟରେ ତାକୁ ଧକ୍କା ଦେବାଫଳରେ ଦୁର୍ଘଟଣା ଯୋଗୁ ଉଭୟରେ ଗାଡ଼ି ଓଲଟି ପଡିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଛନ୍ତି।୯ଜଣଙ୍କୁ ଝାରସୁଗୁଡା ଚିକିତ୍ସା ପାଇଁ ପଠାଯାଇଛି। ସେଥିରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Share Now:

Kalinga News Beuro

Next Post

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ

Sun Feb 11 , 2024
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଆଉ ନାହାନ୍ତି। ୯୫ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଥିଲେ। ଏହାଛଡ଼ା ଭାରତୀୟ ରେଳସେବାରୁ ସେ ଅବସର ନେବା ପରେ ସେ ଦୈନିକ ଖବରକାଗଜ ‘ସମୟ’ର ବି ସଂପାଦକ ଥିଲେ।ସାତକଡ଼ି ହୋତାଙ୍କ ବହୁ ଗଳ୍ପ, ଉପନ୍ୟାସ, କବିତା ପ୍ରକାଶିତ ହୋଇଛି। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial