ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଆଉ ନାହାନ୍ତି। ୯୫ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଥିଲେ। ଏହାଛଡ଼ା ଭାରତୀୟ ରେଳସେବାରୁ ସେ ଅବସର ନେବା ପରେ ସେ ଦୈନିକ ଖବରକାଗଜ ‘ସମୟ’ର ବି ସଂପାଦକ ଥିଲେ।
ସାତକଡ଼ି ହୋତାଙ୍କ ବହୁ ଗଳ୍ପ, ଉପନ୍ୟାସ, କବିତା ପ୍ରକାଶିତ ହୋଇଛି। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା। ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ପ୍ରକାଶିତ ହୋଇଥିଲା।୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ପ୍ରାପ୍ତ କରିଥିଲେ।

Share Now:

Kalinga News Beuro

Next Post

ଏକାମ୍ର କ୍ଷେତ୍ରରେ ଯାତ୍ରୀ ହନ୍ତସନ୍ତ : ରାସ୍ତାକଡ଼ ପାଲଟିଛି ବିଶ୍ରାମାଗାର, ଶୌଚାଳୟ

Sun Feb 11 , 2024
ପୁରୁଣା ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଚାଲିଛି। ସାଙ୍ଗକୁ ଯୋଡ଼ିହୋଇଛି ଏକାମ୍ର ଉତ୍ସବ। ତେଣୁ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ମାତ୍ର ଶୌଚାଳୟ ଓ ବିଶ୍ରାମାଗାର ଅଭାବରୁ ପର୍ଯ୍ୟଟକ ତଥା ଯାତ୍ରୀମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ଦୂରଦୁରାନ୍ତର ଯାତ୍ରୀମାନେ ରାସ୍ତା କଡ଼ରେ ଶୋଉଛନ୍ତି ଏବଂ ସୁବିଧା ଦେଖି ସ୍ନାନ‌ଶୌଚ ବି କରୁଛନ୍ତି। ଶୀତ ରାତିରେ ବଡ଼ କଲବଲ ଅବସ୍ଥାରେ ଯାତ୍ରୀମାନେ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସେହିଭଳି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial