ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ, ୬ ଗୁରୁତର

ପୁରୀ: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ନିଖଯରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଓଳଟି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଅନୁଗୁଳ ଜିଲ୍ଲା ତାଳଚେର ଓ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳର କୋତକ ଇଲେକ୍ଟ୍ରିସିଆନ କାମ କରିବା ପାଇଁ ଏକ କାରେ ଯାଗେ ପୁରୀ ଆସୁଥିଲେ। ତେବେ ଏହି ସମୟରେ ଡ୍ରାଇଭରଙ୍କୁ ନିଦ ଲାଗି ଯିବାର ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ସାତଶଙ୍ଖ ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଯୁବକମାନଙ୍କ ମଧ୍ୟରୁ ପରଜଙ୍ଗ ଅଞ୍ଚଳର ଶୁଭେନ୍ଦୁ ଖିଲାର(୨୫ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚଜଗନ୍ନାଥ ସାହୁ, କୃପାସିନ୍ଧୁୁ ଦାସ, କାଳିଆ ସାହୁ, ଲିପୁ କହଁର, ତନ୍ମୟ ସିଂହ ଓ ମିଟୁ ନାମକ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ପୁଲିସ ପୁରୀ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରିଛି।

Share Now:

Kalinga News Beuro

Leave a Reply

Next Post

ସାମ୍ବାଦିକ ଶୁଜାତ୍‌ ବୁଖାରିଙ୍କ ଆତତାୟୀଙ୍କ ଫଟୋ ରିଲିଜ୍‌ କଲା କଶ୍ମୀର ପୁଲିସ

Fri Jun 15 , 2018
ଶ୍ରୀନଗର: ବିଳମ୍ବିତ ରାତ୍ରୀରେ ଜମ୍ମୁ ଓ କଶ୍ମୀର ପୁଲିସ ରିଲିଜ୍‌ କରିଛି ବାଇକ୍‌ ଚଢ଼ି ଯାଉଥିବା ତିନି ଜଣ ବ୍ୟକ୍ତିଙ୍କର ଦୁଇଟି ଚିତ୍ର। ଏମାନେ ‘ରାଇଜିଙ୍ଗ୍‌ କଶ୍ମୀର’ର ସମ୍ପାଦକ ଶୁଜାତ୍‌ ବୁଖାରିଙ୍କର ଆତତାୟୀ ବୋଲି ସନ୍ଦେହ କରାଯାଉଛି। ଏମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଜନସାଧାରଣଙ୍କ ସହାୟତା ଚାହୁଁଛି। ପୁଲିସ କହିଛି: ତିନି ଜଣ ଆତଙ୍କବାଦୀ ସିସିଟିଭି କ୍ୟାମେରାରେ ଧରାପଡ଼ିଛନ୍ତି। ଦୁଇଟି ଚିତ୍ରରେ ଦେଖାଯାଉଛି ତିନି ଜଣ ଲୋକ ଏକ ମୋଟର୍‌ସାଇକେଲ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial