ରାଜ୍ୟରେ ୪୧ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ୩୪୮ ପଦବି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର ବଜେଟ୍‌ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଙ୍ଗଳବାର କହିଛନ୍ତି, ରାଜ୍ୟ ସରକାରଙ୍କ ୪୧ ବିଭାଗରେ ୯୮ ହାଜର ୩୪୮ ପଦବି ଖାଲି ପଡ଼ିଛି।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗର ୨୬ ହାଜର ୮୧୫ ପଦବି ଖାଲି ପଡ଼ିଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ୨୧ ହାଜର ୮୪୪ ପଦବି ଖାଲି ପଡ଼ିଛି। ଗୃହ ବିଭାଗରେ ମଧ୍ୟ ୭ ହାଜର ୩୧୫ ପଦବି ଖାଲି ପଡ଼ିଛି। ସେହିପରି ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫ ହାଜର ୮୨୯ ପଦବି ଖାଲି ରହିଛି। ଉଚ୍ଚଶିକ୍ଷା ବିଭାଗରେ ୩ ହାଜର ୭୭୭ ପଦବି ଖାଲି। କୃଷି ବିଭାଗର ୨ ହାଜର ୮୨୧ ପଦବି ଖାଲି ପଡ଼ିଛି।

Share Now:

Kalinga News Beuro

Next Post

ଶୁଭାରମ୍ଭ ହେଲା ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ

Tue Feb 6 , 2024
ପତାକା ଦେଖାଇ ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସେଠାକୁ ଟିକେ ଆଶିଷ ପାଇବା ପାଇଁ। ଏହି କ୍ରମରେ ଆଜି ଅଯୋଧ୍ୟା ସ୍ଥିତ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଗଡ଼ିଛି ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶିଆଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ଆସ୍ଥା ସ୍ପେଶିଆଲ ଟ୍ରେନ। ଏକ ହଜାରରୁ ଅଧିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial