ରବିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ : ସ୍କାଏମେଟ୍

ରବିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ

ବର୍ଷା ନିଅଣ୍ଟ ଭରଣା ହେବା ସମ୍ଭାବନା

ଭୁବନେଶ୍ବର : ଅଗଷ୍ଟ ମାସରେ ବର୍ଷା ନିଅଣ୍ଟ ଦେଖାଦେଇଥିବାବେଳେ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥିତିରେ ଟିକିଏ ସୁଧାର ଆଣିପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ମାତ୍ର ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଏପରିକି ମାସ ଶେଷ ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ କହିଛି। ଗତ କାଲି ସ୍କାଏମେଟ କହିଥିଲା ଯେ, ଅଗଷ୍ଟ ୩୦ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ଆଜି ସ୍କାଏମେଟ ନିଜର ଗତକାଲିର ପୂର୍ବାନୁମାନକୁ ଟିକିଏ ସଂଶୋଧିତ କରି କହିଛି ଯେ ଏହି ଲଘୁଚାପଟି ୨୯ ତାରିଖ ବେଳକୁ ସୃଷ୍ଟି ହେବ। ଏହା ପୂର୍ବରୁ ୨୭ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ। ପରବର୍ତ୍ତୀ ଦୁଇଦିନରେ ଏହା ଆହୁରି ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୭ରୁ ୨୯ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହାୟତା କରିବ ତାଲିବାନ : ପାକ୍ ନେତ୍ରୀଙ୍କ ଦାବି

Wed Aug 25 , 2021
ଇସଲାମାବାଦ : କଠୋରପନ୍ଥୀ ମୌଳବାଦୀ ସଂଗଠନ ତାଲିବାନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ଥିବା କଥା ବିଶ୍ବରେ ପ୍ରାୟ ସବୁଦେଶ ଅବଗତ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ଖୋଲାଖୋଲି ଏ ସମ୍ପର୍କରେ ଘୋଷଣା କରିନାହାନ୍ତି। ତେବେ ପାକିସ୍ତାନ ଶାସକ ଦଳର ଜଣେ ନେତ୍ରୀ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଦେଇଛନ୍ତି। ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ ଇରସାଦ […]
ପାକିସ୍ତାନକୁ ସହାୟତା କରିବ ତାଲିବାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial