ଏନକାଉଣ୍ଟରରେ ୪ମାଓବାଦୀ ନିହତ: ଜଣେ ଏସଓଜି ଯବାନ ଆହତ

କନ୍ଧମାଳରେ ଏନକାଉଣ୍ଟର

ତୁମୁଡିବନ୍ଧ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଧୁସେରି ଜଙ୍ଗଲରେ ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବେଲଘର ପୁଲିସ ଷ୍ଟେସନ ଅଧୀନରେ ଥିବ‌େ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏହି ଏନକାଉଣ୍ଟର ଘଟିଥିବା ଜଣା ପଡ଼ିଛି। କିଛି ସମୟ ଏନକାଉଣ୍ଟର ଚାଲିବା ପରେ ଏବେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସହ ଜଣେ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଏବେ ବି ସିର୍କି ଏବଂ ଗୁମ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଜଙ୍ଗଲରେ କମ୍ବିଂ ଅପରେସନ ଚାଲୁ ରହିଛି। ମିଳିଥିବା ସୂଚନା ମୁତାବକ, ସେପ୍ଟେମ୍ବର ୯ରେ କାଲାହାଣ୍ଡି-କନ୍ଧମାଳ ସୀମାରେ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ଏସଓଜି ଏବଂ ଡିଭିଏଫର ଦୁଇଟି ମିଳିତ ଦଳ ଅଂଶଗ୍ରହଣ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଯାହା ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ୩୦ମିନିଟ ପରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହେବା ସହ ଜ‌ଣେ ଏସଓଜି ଯବାନ ଆହତ ହୋଇଥିବା ଜଣା ପଡ଼ିଛି। କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଏସଓଜି, ଡିଭିଏଫ ଏବଂ ସିଆରପିଏଫର ଅଧିକ ଦଳ ଗୁଳି ବିନିମୟ ହୋଇଥିବା ଅଞ୍ଚଳକୁ ପଠାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଜୁଲାଇ ୫ରେ ଜିଲ୍ଲାର ତୁମୁଡ଼ିବନ୍ଧ ପୁଲିସ ସୀମା ଅନ୍ତର୍ଗତ ସିର୍ଲା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଦୁଇଜଣ ମହିଳାଙ୍କ ସମେତ ପାଞ୍ଚଜଣ ମାଓବାଦୀଙ୍କୁ ଗୁଳି କରି ନିହତ କରାଯାଇଥିଲା ଏବଂ ଜୁଲାଇ ୨୩ରେ ସମାନ ଜଙ୍ଗଲରେ ଆଉ ଦୁଇଟି ମାଓବାଦୀ ନିହତ ହୋଇଥିଲେ। ଅଗଷ୍ଟ ୧୭ରେ, ମାଓବାଦୀମାନେ ଜିଲ୍ଲାର ବାଲିଗୁଡାର କଞ୍ଜଲ ଘାଟରେ ଏକ ରାସ୍ତା ନିର୍ମାଣରେ ନିୟୋଜିତ ଏକ ଟ୍ରକ୍ ଏବଂ ଟ୍ରାକ୍ଟର ସମେତ ଚାରିଟି ଯାନକୁ ଜାଳି ଦେଇଥିଲେ।

Share Now:

Kalinga News Beuro

Next Post

ରାଫେଲ୍‌ର ଆନୁଷ୍ଠାନିକ ପ୍ରବେଶ ଉତ୍ସବ‌ ସେପ୍ଟେମ୍ବର ୧୦ତାରିଖ

Wed Sep 9 , 2020
ଯୋଗ ଦେବେ ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲି ନୂଆଦିଲ୍ଲୀ: ଭାରତୀୟ ‌ବାୟୁସେନାର ପ୍ରଥମ ବ୍ୟାଚ୍‌ ରାଫେଲ୍ ଲଢୁଆ ଜେଟ୍‌ର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗ ଦେବା ନିମନ୍ତେ ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲି ସେପ୍ଟେମ୍ବର ୧୦ ତାରିଖ ଦିନ ସରକାରୀ ଗସ୍ତରେ ଭାରତ ଆସିବେ। ଗସ୍ତ ସମୟରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ମିଳିତ ସମରାଭ୍ୟାସ ଭଳି ପ୍ରମୁଖ କ୍ଷେତ୍ରରେ ମଧ୍ୟ ଦ୍ବିପାକ୍ଷିକ ସହଯୋଗର ଅଗ୍ରଗତି କରାଇବେ। […]
ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial