୨ରେ ରାଜ୍ୟବ୍ୟାପୀ ଆଇନଜୀବୀଙ୍କ ପ୍ରତିବାଦ ଦିବସ

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ

ଭୁବନେଶ୍ୱର : ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗରେ ଆଇନ୍‌ଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି ଆଇନଜୀବୀମାନେ ଏପ୍ରିଲ୍‌-୨କୁ ପ୍ରତିବାଦ ଦିବସ ଭାବେ ପାଳନ କରିବାକୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଏବଂ ଭୁବନେଶ୍ୱର ଓକିଲ ସଂଘ ଆହ୍ଵାନ ଦେଇଛି। ଆଜି ଭୁବନେଶ୍ୱର କୋର୍ଟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନରଞ୍ଜନ ମହାନ୍ତି, ସମ୍ପାଦକ ବିଭୁପ୍ରସାଦ ତ୍ରିପାଠୀ, ଭୁବନେଶ୍ୱର ବାର୍‌ର ସଭାପତି ଦୁର୍ଗାମାଧବ ମିଶ୍ର, ସାଧାରଣ ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ, ଉପସଭାପତି ଅଶୋକ କୁମାର ବେହେରା ଓ ବରିଷ୍ଠ ସଦସ୍ୟ ସୀତାଂଶୁ ଦ୍ୱିବେଦୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସମ୍ବିଧାନ, ଗଣତନ୍ତ୍ର ଓ ଆଇନ୍‌ ବ୍ୟବସ୍ଥାକୁ ଦୁର୍ବଳ କରିଥିବା ରାଜନୈତିକ ଦଳମାନେ ଏବେ ନ୍ୟାୟପାଳିକାକୁ ଦୁର୍ବଳ କରିବା ଲାଗି ଚେଷ୍ଟା କରୁଛନ୍ତି ବୋଲି ସଂଘ ଦୃଢ଼ୋକ୍ତି ପ୍ରକାଶ କରିଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଦୁର୍ନୀତିଗ୍ରସ୍ତ ରାଜନୈତିକ ଦଳମାନେ ବିଚାରବିଭାଗକୁ ଦୁର୍ବଳ କରିବା ଲାଗି ଏକ ଉଦ୍ୟମ ଆରମ୍ଭ କରିଛନ୍ତି। ନ୍ୟାୟପାଳିକାକୁ ବଞ୍ଚାଇବା ଲାଗି ପ୍ରତୀକାତ୍ମକ ଧର୍ମଘଟରେ ରାଜ୍ୟର ସମସ୍ତ ବାରର ସଦସ୍ୟମାନେ ସାମିଲ ହେବାକୁ ସଂଘ ପକ୍ଷରୁ ଆହ୍ଵାନ ଦିଆଯାଇଛି। ବିଜୁ ଜନତାଦଳ ଏହି ମହାଭିଯୋଗରେ ନିଜର ମତ ସ୍ପଷ୍ଟ କରିଥିବାରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ପକ୍ଷରୁ ସରକାରଙ୍କୁ ସାଧୁବାଦ ଜଣାଇଦିଆଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କଳିଙ୍ଗ ଷ୍ଟାଡିଅମରେ ସୁପର କପ ଲଢ଼େଇ ଆଜି

Sat Mar 31 , 2018
ଭୁବନେଶ୍ୱର: ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି। ଏସୀୟ ଦୌଡ଼କୁଦ ପରେ ହକି ବିଶ୍ୱଲିଗ୍‌ ଫାଇନାଲ୍ସ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାପରେ ଆଇଏସ୍‌ଏଲ୍‌ର ଜାମସେଦପୁର ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଖେଳାଯାଇ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଏହାର ସଫଳତା ପରେ ଭୁବନେଶ୍ୱରକୁ ମିଳିଥିଲା ସୁପର କପ୍‌ ଆୟୋଜନ ଅଧିକାର। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial