କୋଭିଡ୍ ହସ୍ପିଟାଲ ବୁଲି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କଲେ ଅଗ୍ନିଶମ ଡିଜି

କୋଭିଡ୍ ହସ୍ପିଟାଲ ବୁଲିଲେ ଅଗ୍ନିଶମ ଡିଜି

ଭୁବନେଶ୍ବର : ରାଜଧାନୀରେ କୋଭିଡ୍‌ ହସ୍ପିଟାଲ ବୁଲି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ଡିଜି ଏମ୍.ଅକ୍ଷୟ। ଆଜି ରାଜଧାନୀର ସମସ୍ତ ୮ଟି କୋଭିଡ୍ ହସ୍ପିଟାଲ ବୁଲିବା ସହ ସେଠାରେ ନିୟୋଜିତ ଆଗ୍ନିକମାନଙ୍କ ସହ ଆଲୋଚନା କରିଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥା କେମିତି ରହିଛି, କ’ଣ ପଦକ୍ଷେପ ନିଆଯାଇଛି, ଯଦି କୌଣସି ଅଘଟଣ ଘଟେ, ତାହେଲେ ନିୟୋଜିତ କର୍ମଚାରୀମାନେ କେମିତି ତାହାର ମୁକାବିଲା କରିବେ, ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରୁ କେମିତି ଗାଡ଼ି ଆସି ପହଞ୍ଚି ପାରିବ, ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ଡିଜି ଶ୍ରୀ ଅକ୍ଷୟଙ୍କ ସହ ଅଗ୍ନିଶମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଏବେ ୮ଟି କୋଭିଡ୍ ହସ୍ପିଟାଲ କାମ କରୁଛି। ସେଗୁଡ଼ିକ ହେଲା ପାଣ୍ଡରାସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ବାଳକାଟି ସ୍ଥିତ ନୀଳାଚଳ କୋଭିଡ୍ ହସ୍ପିଟାଲ, ମଞ୍ଚେଶ୍ବର ବ୍ଲୁ ହ୍ବିଲ୍ ହସ୍ପିଟାଲ, ସମ୍ ହସ୍ପିଟାଲ, ଚନ୍ଦ୍ରଶେଖରପୁର ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ, କିମସ କୋଭିଡ୍ ହସ୍ପିଟାଲ, ଡୁମୁଡୁମାସ୍ଥିତ କିଡସ୍ କୋଭିଡ୍ ହସ୍ପିଟାଲ, ଚନ୍ଦକା କଣ୍ଟାବାଡ଼ସ୍ଥିତ ସ୍ପର୍ଶ କୋଭିଡ୍ ହସ୍ପିଟାଲ। ପ୍ରତ୍ୟେକ କୋଭିଡ୍ ହସ୍ପିଟାଲରେ ୬ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ୨୪ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି।

Share Now:

Kalinga News Beuro

Next Post

ଆଜିଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା: ଜାରି ହେଲା ୨୧ ଦିନିଆ ୧୪୪ ଧାରା

Sat May 15 , 2021
ସିଂହଦ୍ବାରଠାରୁ ନରେନ୍ଦ୍ର ପୁଷ୍କରିଣୀ ନିଷିଦ୍ଧାଞ୍ଚଳ ପୁରୀ : ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇଛି। କିନ୍ତୁ ଚଳିତ ବର୍ଷ […]
ଆଜି ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial