ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ ପାଇଁ ପୁଟିନଙ୍କ ସହ କଥା ହେଲେ ମୋଦୀ

ପୁଟିନଙ୍କୁ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା କରିଛନ୍ତି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଟେଲିଫୋନ ଆଲୋଚନା ବେଳେ ମୋଦୀ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସହ ଏହି ସମସ୍ୟାର ସମାଧାନ ପାଇଁ କୂଟନୈତିକସ୍ତରରେ ଆଲୋଚନା ହିଁ ସର୍ବୋତ୍ତମ ପନ୍ଥା ଓ ଏହା ସପକ୍ଷରେ ଭାରତ ରହିଛି ବୋଲି ଜଣାଇଥିଲେ। ଅନ୍ୟପକ୍ଷରେ ପୁଟିନଙ୍କ ଗତ ଭାରତ ଗସ୍ତ କାଳରେ ନିଆଯାଇଥିବା ବିଭିନ୍ନ ଦ୍ବିପାକ୍ଷିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଉପରେ ଉଭୟ ନେତା ଆଲୋଚନା କରିଥିଲେ। କୃଷି ସାମଗ୍ରୀ, ସାର ଓ ଫାର୍ମା ଉତ୍ପାଦର ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ପ୍ରସଙ୍ଗରେ ଉଭୟ ରାଜି ହୋଇଥିଲେ। ଏହା ଛଡ଼ା ଶକ୍ତି ଓ ଓ ଖାଦ୍ୟ କ୍ଷେତ୍ର ଉପରେ ସହଯୋଗ ବଢ଼ାଇବା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ୟୁରୋପୀୟ ଦେଶମାନେ ରୁଷଠାରୁ ତୈଳକ୍ରୟ କମ କରିଦେଇଛନ୍ତି। ଏହା ଫଳରେ ରୁଷ ଭାରତକୁ ରିହାତି ଦରରେ ତୈଳ ଯୋଗାଉଛି। ଏହାର ସୁଯୋଗ ନେଇ ଭାରତ ରୁଷଠାରୁ ପ୍ରଚୁର ପରିମାଣରେ ତେଲ କିଣି ଚାଲିଛି। ଏପରିକି ରୁଷ ଏବେ ଇରାକକୁ ଟପି ଭାରତର ନଂ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି।

Share Now:

Kalinga News Beuro

Next Post

ପୁଲିସ ଗୁଳିରେ ଜଣେ ନକ୍ସଲ ମୃତ

Fri Jul 1 , 2022
ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୁନକାପାଲ ଅଞ୍ଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ସିଆରପିଏଫ ଯବାନ ଚଢଉ କରିଥିଲେ। ଯବାନ ଜଙ୍ଗଲରେ ପହଞ୍ଚିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। […]
ପୁଲିସ ଗୁଳିରେ ଜଣେ ନକ୍ସଲ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial