ପୂର୍ବ ଭାରତର ପ୍ରଥମ : ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ

ଭୁବନେଶ୍ୱର: ଗୋଠପାଠଣାରେ ଥିବା ଏସଟିପିଆଇ ଇଲାଇଟ୍‌ରେ ପୂର୍ବ ଭାରତ ତଥା ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ ଖୋଲିଛି। ଆଜି ଏହାର ଉଦ୍‌ଘାଟନ (ସଫ୍‌ଟ ଲଂଚ୍) କରାଯାଇଛି। ମେ’ ଫେୟାର କନଭେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ପାର୍କ ମାଧ୍ୟମରେ ତିନି ବର୍ଷ ଭିତରେ ଶକ୍ତି, ପ୍ରକ୍ରିୟାର ନିୟନ୍ତ୍ରଣ ଓ ଶିଳ୍ପ ଅଟୋମେସନ ଓ ଶିକ୍ଷା ଆଦି କ୍ଷେତ୍ରରେ ୪୫-୫୦ ଷ୍ଟାର୍ଟ-ଅପ୍‌ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସେବା ଓ ସ୍ମାର୍ଟ ସିଟି ସମ୍ପର୍କିତ ଚିନ୍ତାଧାରାଗୁଡ଼ିକୁ ବିକଶିତ କରିବା ଲାଗି ମଧ୍ୟ ଏଠାରେ ସୁଯୋଗ ପ୍ରଦାନ କରାଯିବ।
ଏହା ହେଉଛି ରାଜ୍ୟର ପ୍ରଥମ ଇଏସଡିଏମ ଇନକୁବେସନ ସେଣ୍ଟର୍‌। ଆଇଆଇଟି ଭୁବନେଶ୍ୱରେ ଏହାର ଜ୍ଞାନ ପାର୍ଟନର ଭାବେ ଏସଟିପିଆଇ ସହ ଯୋଗ ଦେଇଥିବା ବେଳେ ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସଏ) ଏହାର କାର୍ଯ୍ୟକାରୀ ସହଯୋଗୀ ଭାବେ ସାମିଲ ହୋଇଛି। ଆଜି ଏହାର ପୋର୍ଟାଲ୍‌କୁ ମଧ୍ୟ ଉନ୍ମୋଚନ କରାଯାଇି। ବିଶ୍ୱ ସ୍ତରୀୟ କେମିକଣ୍ଡକ୍ଟର ଡିଜାଇନ ଓ ନିର୍ମାଣକାରୀ ସଂସ୍ଥା ଟେକ୍ସାସ ଇନଷ୍ଟ୍ରୁମେଣ୍ଟସ୍‌ ଏହି ପାର୍କ ସହିତ ଯୋଡ଼ି ହୋଇଥିବା ବିଷୟରେ ଘୋଷଣା କରିଛି। ଏଠାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକ ବିକଶିତ ହେବାରେ ସହାୟତା ପ୍ରଦାନ କରାଯିବ। ସେମାନଙ୍କୁ ମେଣ୍ଟରିଂ କରାଯିବ। ଏହି ପାର୍କ ଭିତରେ ଅତ୍ୟାଧୁନିକ ଲ୍ୟାବ ଓ ପ୍ଲଗ୍ ଆଣ୍ଡ୍‌ ପ୍ଲେ ବ୍ୟବସ୍ଥା ରହିଛି। ଏହି ଅବସରରେ ଓଏସ୍‌ଡିଏର ଅଧ୍ୟକ୍ଷ ସୁବ୍ରତୋ ବାଗଚି, ଏମଏସଏମଇ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଏସଟିପିଆଇର ଡିଜି ଡକ୍ଟର ଓଁକାର ରାୟ, ଏସଟିପିଆଇ-ଭୁବନେଶ୍ୱରର ନି‌ର୍ଦେଶକ ମାନସ ପଣ୍ଡା, ଆଇଇଏସଏର ଅଧ୍ୟକ୍ଷ ଜିତେନ୍ଦ୍ର ‌ଚଢ଼ା ଓ ସାଇବର୍‌ ମିଡିଆର ଏମ୍‌ଡି ପ୍ରଦୀପ ଗୁପ୍ତା ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ପ୍ରସବ ସମୟରେ କଟିଗଲା ଶିଶୁର ମୁଣ୍ଡ, ଗର୍ଭରେ ରହିଗଲା ଗଣ୍ଡି

Tue Dec 24 , 2019
ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ନବଜାତର ମୁଣ୍ଡ କଟିଯାଇଛି | ନବଜାତର ମୁଣ୍ଡଟି କଟିଯାଇ ଡାକ୍ତରଙ୍କ ହାତକୁ ଆସିଯାଇଥିବା ବେଳେ ଗଣ୍ଡିଟି ମା‘ର ପେଟରେ ହିଁ ରହିଯାଇଛି | ଏହି ଘଟଣାଟି ନାଗରକୁରନୁଲ ଜିଲ୍ଲାର ଅଛମପେଟ ହସ୍ପିଟାଲରେ ଘଟିଛି | କେବଳ ଏତିକି ନୁହେଁ, ଏହି ଘଟଣା ବାବଦରେ ମହିଳାଙ୍କ ପରିବାର ଲୋକଙ୍କୁ କିଛି ନ ଜଣାଇ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ପରିବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial