ପୋଖରୀରେ ବିସ୍ଫୋରକ ଫୁଟାଇ ମାଛ ମାରିବା ବେଳେ ଜଣେ ମୃତ, ୨ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ଥାନା ଜୁଜୁମରା ବ୍ଲକ୍‌ କୁଶନପୁରର ମାଳତୀଜୋରରେ ରବିବାର ଅପରାହ୍ନରେ ମାଛ ମାରିବା ବେଳେ ବିସ୍ଫୋରକ ଫୁଟି ଜଣେ ମାଛ ଧରାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଦୁଇ ଗୁରୁତରଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରିଛି।

ସୂଚନାଯୋଗ୍ୟ, ଖରାଦିନ ହେତୁ ପୋଖରୀରେ ପାଣି ଶୁଖି ଯାଇଥାଏ। ତେଣୁ ମାଛ ଧରାଳୀମାନେ ଯେଉଁଠାରେ ଅଧିକ ପାଣି ଥାଏ ତା’ ଭିତରକୁ ବିସ୍ଫୋରକ ଫୁଟାଇ ମାଛ ମାରି ଥାଆନ୍ତି। ଆଜି ଅପରାହ୍ନରେ ଜଣେ ମାଛ ଧରାଳୀ ବିସ୍ଫୋରକ ବ୍ୟବହାର କରି ମାଳତୀଜୋରସ୍ଥିତ ଥିବା ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ହେତୁ ବିସ୍ଫୋରକ ତାଙ୍କ ହାତରେ ଫୁଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ପାଖରେ ଥିବା ଅନ୍ୟ ଦୁଇଜଣ ଏହି ବିସ୍ଫୋରକ ଫୁଟିବା ହେତୁ ଗୁରୁତର ଆହତ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ଗାଡ଼ି ଧକ୍କାରେ ୩ ବର୍ଷର ଶିଶୁ ମୃତ

Sun Apr 29 , 2018
ନୂଆପଡ଼ା : ଏକ ନଳକୂଅ ଖୋଳା ଗାଡ଼ି ଧକ୍କାରେ ଏକ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଘଟଣାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଗାଁରେ ଘଟିଛି। ମୃତ ଶିଶୁଟିର ନାଁ ପରେଶ ହିଆଲ। ନଳକୂଅ ଖୋଳା ଗାଡ଼ିଟି ଲାଞ୍ଜିରୁ ଉପରପିଟା ଗାଁ ଆଡ଼କୁ ଯାଉଥିବା ବେଳେ ଶିଶୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ଫଳରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial