ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ମାଟ୍ରିକ ପରୀକ୍ଷା

ବରଗଡ଼ରୁ ସର୍ବାଧିକ ୮୯.୩୭% ଓ ନୂଆପଡ଼ାରୁ ସର୍ବନିମ୍ନ ୬୦.୧୮% ପାସ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିପ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ଚଳିତ ବର୍ଷ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୮୯.୩୭ ପ୍ରତିଶତ ପିଲା ପାସ କରିଛନ୍ତି। ସେହିଭଳି ନୂଆପଡ଼ା ଜିଲ୍ଲାରୁ ୬୦.୧୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୮୪.୪୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । କଟକ ପରେ ଦ୍ୱତୀୟ ସ୍ଥାନ ଅଧିକାର କରିଛି ଜଗତସିଂହପୁର ଜିଲ୍ଲା । ଏଠାରୁ ୭୯.୮୭ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୦.୧୯ ପ୍ରତିଶତ ପାସ କରିଥିବା ବେଳେ ଯାଜପୁର ଜିଲ୍ଲାରୁ ୭୩.୬୩ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ କରିଛନ୍ତି।

ସେହିପରି ଅନୁଗୁଳ ଜିଲ୍ଲାରୁ ୭୫.୨୩, ଢେଙ୍କାନାଳରୁ ୭୫.୮୬, ପୁରୀରୁ ୮୬. ୨୮ ପ୍ରତିଶତ, ନୟାଗଡ଼ରୁ ୮୬.୬୩ ପ୍ରତିଶତ, ବାଲେଶ୍ୱରରୁ ୮୩.୯୭ ପ୍ରତିଶତ, ଭଦ୍ରକରୁ ୭୫.୭୬ ପ୍ରତିଶତ, କେନ୍ଦୁଝରରୁ ୭୬.୭୨ ପ୍ରତିଶତ, ମୟୂରଭଂଜରୁ ୮୩.୭୮ ପ୍ରତିଶତ, ଗଜପତିରୁ ୭୫.୮୨ ପ୍ରତିଶତ, ଗଂଜାମରୁ ୮୨ ପ୍ରତିଶତ, ବୌଦ୍ଧରୁ ୭୮.୪୮ ପ୍ରତିଶତ, କନ୍ଧମାଳରୁ , କଳାହାଣ୍ଡିରୁ ୮୬.୩୨ ପ୍ରତିଶତ, ସମ୍ବଲପୁରରୁ ୮୦.୪୭ ପ୍ରତିଶତ, ଦେବଗଡ଼ରୁ ୮୦.୨୨ ପ୍ରତିଶତ, ଝାରସୁଗୁଡ଼ାରୁ ୭୭.୨୦ ପ୍ରତିଶତ, ବଲାଙ୍ଗୀରରୁ ୭୨.୫୬ ପ୍ରତିଶତ, ସୁବର୍ଣ୍ଣପୁରରୁ ୭୩.୬୨ ପ୍ରତିଶତ, ସୁନ୍ଦରଗଡ଼ରୁ ୮୫.୮୫ ପ୍ରତିଶତ, କୋରାପୁଟରୁ ୭୧.୭୪ ପ୍ରତିଶତ, ମାଲକାନଗିରିରୁ ୭୭.୭୦ ପ୍ରତିଶତ, ନବରଙ୍ଗପୁରରୁ ୭୭.୨୩ ପ୍ରତିଶତ ଓ ରାୟଗଡ଼ା ଜିଲ୍ଲାରୁ ୬୯.୬୦ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ କରିଛନ୍ତି।

Share Now:

Kalinga News Beuro

Next Post

ବ୍ରହ୍ମପୁର ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା : ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

Wed Jul 29 , 2020
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଶିତଲାପଲ୍ଲୀ ଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ୪ ଦିନ ପରେ ଖବର ଦିଆଯାଇଛି, ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ମାମଲା ଥାନା ପର୍ଯ୍ୟନ୍ତ ଯାଇଛି।ସୂଚନା ପ୍ରକାରେ, ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ଗତ ୧୯ ତାରିଖରେ […]
ବ୍ରହ୍ମପୁର ଟାଟା କୋଭିଡ ହସ୍ପିଟାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial