ବ୍ରହ୍ମପୁର ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା : ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାରକୁ ଖବର

ବ୍ରହ୍ମପୁର ଟାଟା କୋଭିଡ ହସ୍ପିଟାଲ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଶିତଲାପଲ୍ଲୀ ଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖାଯାଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ୪ ଦିନ ପରେ ଖବର ଦିଆଯାଇଛି, ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ମାମଲା ଥାନା ପର୍ଯ୍ୟନ୍ତ ଯାଇଛି।
ସୂଚନା ପ୍ରକାରେ, ବଡବଜାର ଥାନା ଅନ୍ତର୍ଗତ ଗଣାପତି ନଗର ୨ୟ ସାହିର ବସନ୍ତ କୁମାର ସାହୁ (୪୯) ଗତ ୧୯ ତାରିଖରେ ଟାଟା କୋଭିଡ଼ ହସ୍ପିଟାଲରେ ଆଡ଼ମିଟ ହୋଇଥିଲେ। ଚିକିତ୍ସିତ ହେଉଥବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ବସନ୍ତ ଫୋନରେ କଥାବାର୍ତ୍ତା କରୁଥିଲେ। କିନ୍ତୁ ୨୪ ପର ଠାରୁ ଫୋନ ଆଉ ଲାଗିଲା ନାହିଁ। ଯାହା ଫଳରେ ପରିବାର ଲୋକେ ହସ୍ପିଟାଲର ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିଥିଲେ। ହେଲେ ‘ତୁମ ରୋଗୀ ଆଇସିୟୁରେ ଅଛି, ଅକ୍ସିଜେନ ଲାଗିଛି’ ବୋଲି ହସ୍ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହିଆସୁଥିଲେ। ଯୋଗାଯୋଗ କରି ପୁଣି ୨୭ ତାରିଖ ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରଖିଥିଲେ। କିନ୍ତୁ ଗତକାଲି ହସ୍ପିଟାଲରୁ ଫୋନ ଆସିଥିଲା ଆଉ ଜଣାଇ ଦିଆଗଲା ବସନ୍ତଙ୍କ ଗତ ୨୪ ତାରିଖ ଠାରୁ ମୃତ୍ୟ ହୋଇସାରିଛି। ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। କାଲି ରାତିରେ ବଡ଼ବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ ଏତଲା ଦେଇଥିଲେ।

ଆଉ ଏତଲା ପରେ ଟାଟା କୋଭିଡ ହସ୍ପିଟାଲର ସିଇଓ ତଥା ହାଇଟେକ ମେଡିକାଲ କଲେଜର ଡା. ସଂଗ୍ରାମ ପାତ୍ର ଏକ ପ୍ରେସ ନୋଟ ଜାରି କରି ସୂଚନା ଦେଇଛନ୍ତି ବସନ୍ତଙ୍କ ୨୪ ତାରିଖରେ ମୃତ୍ୟୁ ହୋଇଥିଲା ହେଲେ ତାଙ୍କ ପରିବାର ଲୋକଙ୍କ ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯୋଗାଯୋଗ ହୋଇପାରିନଥିଲା। ମୃତଦେହକୁ ୪ ଦିନ ହେବ ସଂରକ୍ଷିତ କରି ରଖାଯିବା ସହ ପରିବାର ଲୋକଙ୍କୁ ଖୋଜିବାକୁ ବିଏମସି ଓ ଆସିକା ବିଡିଓଙ୍କୁ କୁହାଯାଇଥିଲା ବୋଲି ମେଡିକାଲ ଅଫିସର ଡା. ଉମାଶଙ୍କର ମିଶ୍ର କହିଛନ୍ତି।

Share Now:

Kalinga News Beuro

Next Post

ଅନ୍‌ଲକ୍-୩ ନିର୍ଦ୍ଦେଶାବଳି ଜାରି କଲେ କେନ୍ଦ୍ର ସରକାର : ରାତି କଟକଣା ଉଠିଲା ‌

Thu Jul 30 , 2020
ସ୍କୁଲ୍‌, ମେଟ୍ରୋ, ସିନେମାହଲ୍‌ ବନ୍ଦ ରହିବ, ଅବରୋଧ ଅଞ୍ଚଳରେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଲକ୍‌ଡାଉନ୍ ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନ୍‌ଲକ୍‌-୩ ପାଇଁ ଆଜି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପୂର୍ବରୁ ଜାରି ରହିଥିବା ରାତ୍ରୀକାଳୀନ କର୍ଫ୍ୟୁ ଏବେ ହଟାଇ ଦିଆଯାଇଛି। ୫ ଅଗଷ୍ଟରୁ ଦେଶରେ ଯୋଗ କେନ୍ଦ୍ର ଏବଂ ଜିମ୍‌ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। […]
ରାତି କଟକଣା ଉଠିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial