ଅନ୍‌ଲକ୍-୩ ନିର୍ଦ୍ଦେଶାବଳି ଜାରି କଲେ କେନ୍ଦ୍ର ସରକାର : ରାତି କଟକଣା ଉଠିଲା ‌

ରାତି କଟକଣା ଉଠିଲା

ସ୍କୁଲ୍‌, ମେଟ୍ରୋ, ସିନେମାହଲ୍‌ ବନ୍ଦ ରହିବ, ଅବରୋଧ ଅଞ୍ଚଳରେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଲକ୍‌ଡାଉନ୍

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନ୍‌ଲକ୍‌-୩ ପାଇଁ ଆଜି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପୂର୍ବରୁ ଜାରି ରହିଥିବା ରାତ୍ରୀକାଳୀନ କର୍ଫ୍ୟୁ ଏବେ ହଟାଇ ଦିଆଯାଇଛି। ୫ ଅଗଷ୍ଟରୁ ଦେଶରେ ଯୋଗ କେନ୍ଦ୍ର ଏବଂ ଜିମ୍‌ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ମେଟ୍ରୋ ଟ୍ରେନ୍, ସିନେମା ହଲ୍‌ ସ୍ବିମିଂ ପୁଲ ମଧ୍ୟ ଖୋଲିପାରିବ ନାହିଁ। କଣ୍ଟେନ୍‌ମେଣ୍ଟ ଜୋନ୍‌ (ଅବରୋଧ ଅଞ୍ଚଳ)ରେ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାରେ କୌଣସି କୋହଳ ହେବନାହିଁ। ତେବେ ଅବରୋଧ ଅଞ୍ଚଳ ବାହାରେ କେତେକ ଅନ୍ୟ ଗତିବିଧି ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିବ। ଯେଉଁ କାର୍ଯ୍ୟକ୍ରମରେ ଭିଡ଼ ଜମୁଛି, ତାହାଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି।
ସ୍ବାଧୀନତା ଦିବସ ସମାରୋହରେ ସାମାଜିକ ଦୂରତ୍ବ ଏବଂ ଅନ୍ୟ ସ୍ବାସ୍ଥ୍ୟ ସଂପର୍କିତ ନିୟମାବଳି କଡ଼ାକଡ଼ି ଭାବେ ପାଳନ ହେବ। ସମସ୍ତ ପ୍ରୋଟକଲ ସହିତ ସମାରୋହ ପାଇଁ ଅନୁମତି ମିଳିବ। କଣ୍ଟେନମେଣ୍ଟ୍‌ ଜୋନ୍‌ରେ ୩୧ ଅଗଷ୍ଟ ପର୍ଯ୍ୟନ୍ତ କେବଳ ଜରୁରୀ ଗତିବିଧିକୁ ହିଁ ଅନୁମତି ମିଳିବ। ଅବରୋଧ ଅଞ୍ଚଳଗୁଡ଼ିକ ସଂକ୍ରାନ୍ତରେ ନିଷ୍ପତ୍ତି ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ। ଅନ୍‌ଲକ୍‌ ୩ରେ ଅନ୍ତର୍ଜାତୀୟ ବିମାନ ଯାତ୍ରା କେବଳ ବନ୍ଦେଭାରତ ମିସନ୍‌ ଅଧୀନରେ ହିଁ ସୀମିତ ରହିବ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନେ ନିଜ ନିଜ କ୍ଷେତ୍ରରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ କଟକଣା ଲାଗୁ କରିପାରିବେ। ତେବେ ରାଜ୍ୟ ଭିତରେ କିମ୍ବା ଅନ୍ୟ ରାଜ୍ୟକୁ ଜନସଧାରଣଙ୍କ ଗମନାଗମନ ଏବଂ ସାମଗ୍ରୀ ନେବା ଆଣିବା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏଥିପାଇଁ କୌଣସି ମଞ୍ଜୁରୀ କିମ୍ବା ଇ ପର୍‌ମିଟ୍‌ ଆବଶ୍ୟକ ପଡ଼ିବ ନାହିଁ।
କୋହଳ ହେଲା
୧. ରାତି ସମୟରେ ଲୋକଙ୍କ ଯାତାୟତ
୨. ଯୋଗ କେନ୍ଦ୍ର, ଜିମ୍‌ ନିର୍ଦ୍ଧାରିତ ନିୟମ ସହିତ ଅଗଷ୍ଟ ୫ରୁ ଖୋଲିବ
୩. ସ୍ବାଧୀନତା ଦିବସ ସମାରୋହ ସାମାଜିକ ଦୂରତ୍ବ ସହ ପାଳନ ହେବ
୪. ଅନ୍ତର୍ଜାତୀୟ ବିମାନଯାତ୍ରା ‘ବନ୍ଦେ ଭାରତ ମିସନ୍‌’ରେ ସୀମିତ ରହିବ
କ’ଣ ବନ୍ଦ ରହିବ
୧. ମେଟ୍ରୋ ରେଳ ସେବା
୨. ସିନେମା ହଲ୍‌, ସ୍ବିମିଂ ପୁଲ, ପାର୍କ, ବାର୍‌, ଅଡିଟୋରିୟମ, ସଭାଗୃହ ଏବଂ ଏଭଳି ଅନୁଷ୍ଠାନ
୩. ବିଭିନ୍ନ ସଭା ସମିତି, ଧାର୍ମିକ କାର୍ଯ୍ୟକ୍ରମ, କ୍ରୀଡ଼ା କାର୍ଯ୍ୟକ୍ରମ ଓ ଏଭଳି ସମାବେଶ ବନ୍ଦ ରହିବ
୪. ୧୦ ବର୍ଷରୁ କମ୍‌ ବୟସର ଶିଶୁ, ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳାଙ୍କୁ ଘରେ ରହିବାକୁ ପରାମର୍ଶ

Share Now:

Kalinga News Beuro

Next Post

କୋଭିଡ୍ କଟକଣା ସହ ସ୍ୱାଧୀନତା ଦିବସ ପାଳନ ନିଷ୍ପତ୍ତି : ଏଥର ହେବନି ସମ୍ମିଳିତ ପରେଡ୍

Thu Jul 30 , 2020
ଟିଭିରେ ସିଧାପ୍ରସାରଣ ଦେଖିବେ ରାଜ୍ୟବାସୀ ଭୁବନେଶ୍ୱର : ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ପରି ପରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ। ପୁଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ। ବ୍ୟାଣ୍ଡ ପାର୍ଟି ସହ ୩ଟି ପୁଲିସ ବାହିନୀ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। କୋଭିଡ୍-୧୯ କଟକଣା […]
ଏଥର ସ୍ୱାଧୀନତା ଦିବସରେ ସମ୍ମିଳିତ ପରେଡ୍ ହେବନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial