ଅମ୍ଳଜାନ ଯୋଗାଣ ବନ୍ଦ କରି କରୋନା ରୋଗୀଙ୍କୁ ମରିବାକୁ ଛାଡିଦେଲେ ଡାକ୍ତର

ରୋଗୀଙ୍କୁ ମରିବାକୁ ଛାଡିଦେଲେ ଡାକ୍ତର

ଆଗ୍ରା: କରୋନା ରୋଗୀଙ୍କ ଜୀବନ ସହ ଖେଳ। ଅମ୍ଳଜାନ ଯୋଗାଣ ବନ୍ଦ କରି ରୋଗୀଙ୍କୁ ଛଟପଟ ହେବାକୁ ଛାଡିଦେଲେ ଡାକ୍ତର। ୫ମିନିଟ ପର୍ଯ୍ୟନ୍ତ ଅମ୍ଳଜାନ ଅଭାବରୁ କରୋନା ରୋଗୀ ଛଟପଟ ହୋଇ ମୃତ୍ୟୁର ଅତି ନିକଟତର ହେବା ପରେ ଡାକ୍ତର ପୁଣି ଥରେ ଅମ୍ଳଜାନ ଯୋଗାଣ ଆରମ୍ଭ କରିଥିଲେ ବୋଲି ଜଣପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଏକ ଘରୋଇ ହସ୍ପିଟାଲରେ। ଘଟଣା ପରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ଭିଡିଓରେ ଅଭିଯୁକ୍ତ ଡାକ୍ତର ନିଜ କାମ ବିଷୟରେ ଅନ୍ୟକୁ କହୁଥିବା ଶୁଣିବାକୁ ମିଳିଛି। ଅମ୍ଳଜାନ ଅଭାବ ଥିବାରୁ ୫ମିନିଟ ପାଇଁ ଡାକ୍ତର ଅରିଞ୍ଜୟ ଜୈନ ଅମ୍ଳଜାନ ଯୋଗାଣ ବନ୍ଦ କରିଥିବା ସାମ୍ନାକୁ ଆସିଛି। ଭିଡିଓରେ ଡାକ୍ତର ଅରିଞ୍ଜୟ ଜୈନଙ୍କ ମୁହଁ ଦେଖାଯାଉନଥିଲେ ମଧ୍ୟ ସେ କିଛି ଜଣକୁ କହୁଛନ୍ତି ଯେ, ସେ ସମୟରେ ରାଜ୍ୟରେ ଅମ୍ଳଜାନର ଅଭାବ ଥିଲା। ଡାକ୍ତରଖାନାରେ ଅମ୍ଳଜାନ ନଥିବାରୁ ଆମେ ରୋଗୀଙ୍କୁ ଡିସଚାର୍ଜ କରିବାକୁ କହିଥିଲୁ। କିନ୍ତୁ ସେମାନେ ଆମ କଥା ଶୁଣିନଥିଲେ। ସେଥି ପାଇଁ ଆମେ ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରି କିଏ ବଞ୍ଚୁଛି ଏବଂ କିଏ ମରୁଛି ଦେଖିବାକୁ ନିଷ୍ପତ୍ତି ନେଲୁ। ସେଦିନ ଆମେ ସକାଳ ୭ଟାରେ ମରିବାର ଅଧିକ ଆଶଙ୍କା ଥିବା ୨୨ଜଣଙ୍କୁ ବାଛି ସେମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ବନ୍ଦ କରିଥିଲୁ। ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରିଦେବାରୁ ୨୨ଜଣ କରୋନା ରୋଗୀ ଅମ୍ଳଜାନ ଅଭାବରୁ ନୀଳ ପଡିଯାଇଥିଲେ। ସେଦିନ ଅମ୍ଳଜାନର ଅଭାବ ମଧ୍ୟ ଥିଲା। ତେବେ ଏହି ଭିଡିଓ ଭାଇରାଲ ପରେ ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଅତି ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ

Wed Jun 9 , 2021
ମୁମ୍ବାଇ: ମୁମ୍ବାଇରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଆଜି ସକାଳେ ଅତି ପ୍ରବଳ ବର୍ଷା ହୋଇ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିବା ଜଣାପଡ଼ିଛି। କୁର୍ଲ୍ଲା ଓ ସାଇଅନ୍‌ ଷ୍ଟେସନ୍‌ ମଧ୍ୟରେ ଥିବା ରେଳପଥ ପାଣିରେ ବୁଡ଼ିଯାଇଥିବାରୁ କୁର୍ଲା ଏବଂ ‘ସିଏସ୍‌ଏମ୍‌ଟି’ ମଧ୍ୟରେ ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ ସର୍ଭିସ୍‌ ବନ୍ଦ ହୋଇଯାଇଛି। ଅପ୍ରୀତିକର ଘଟଣା ଏଡ଼ାଇବା ଲାଗି ସତର୍କତାମୂଳକ ପ‌ଦକ୍ଷେପସ୍ବରୂପ ଆଜି ପୂର୍ବାହ୍ନ ୯.୫୦ରୁ ରେଳ ଚଳାଚଳ ବନ୍ଦ […]
ବର୍ଷା ଯୋଗୁଁ ମୁମ୍ବାଇର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial