ରାଜଧାନୀରେ ୧୧ ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ୧୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀରେ ଗତ ୨୪ ଘଣ୍ଟାରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇଦିନ ତୁଳନାରେ ଏହି ସଂଖ୍ୟା ଅଧିକ ରହିଛି। ଗତ ୮ମାସ ପରେ ରାଜଧାନୀ ଧୀରେ ଧୀରେ ଶୂନ ସଂକ୍ରମଣ ଆଡ଼କୁ ଗତି କରୁଛି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ଲୋକାଲ କଣ୍ଟାକ୍ଟସ ଓ ୩ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୭୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ୩୧,୨୧୨ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ରାଜଧାନୀର ସୁସ୍ଥ ହାର ଶତ ପ୍ରତିଶତ ଆଡ଼କୁ ମୁହାଁଇଛି। ଭୁବନେଶ୍ବରରେ ଏବେ ୨ଶହ ଜଣ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି। ଅପରପକ୍ଷରେ ଭୁବନେଶ୍ବରରେ କରୋନାରେ ୨୪୨ଜଣ ପ୍ରାଣ ହରାଇଛନ୍ତି।

Share Now:

Kalinga News Beuro

Next Post

ନୂଆ ରୂପରେ ଫେରିବ ‘ମୋ ସାଇକେଲ୍‌’ : ୨ ହଜାରରୁ ୪୦୦ ସାଇକେଲ୍‌ ଅଚଳ

Tue Jan 5 , 2021
ଭୁବନେଶ୍ୱର : ‘ମୋ ସାଇକେଲ୍’କୁ ନୂଆ ରୂପ ଦେବା ଲାଗି ଖୁବ୍‌ଶୀଘ୍ର ‘ମୋ ସାଇକେଲ୍ ଆପ୍’ କାର୍ଯ୍ୟକାରୀ କରାଯିବ। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମିଳିତ ଭାବେ ଏଭଳି ପଦକ୍ଷେପ ନେବେ। ସ୍ମାର୍ଟସିଟିର ସିଇଓ ତଥା ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ସାଇକେଲ୍‌ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା ଫେବୃଆରୀରୁ ଏହି ସୁବିଧାର ଉପଯୋଗ ହୋଇପାରିବ। ଫଳରେ […]
ନୂଆ ରୂପରେ ‘ମୋ ସାଇକେଲ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial