ରାଜ୍ୟରେ ୭୭୭ରେ ପହଞ୍ଚିଲା କରୋନା ଜନିତ ମୃତ୍ୟୁ: ଆଜି ଆଉ ୧୫ଜଣଙ୍କ ମୃତ୍ୟୁ

ରାଜଧାନୀରେ କରୋନା ସ୍ଥିତି

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାର ଭୁବନେଶ୍ବରରୁ ୪, ପୁରୀରୁ ୩ ଜଣ , ମୟୂରଭଞ୍ଜରୁ ୨ ଜଣ, କେନ୍ଦ୍ରାପଡ଼ା, ବଲାଙ୍ଗୀର, କନ୍ଧମାଳ, ଅନୁଗୁଳ, କଟକ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧାରୁ ଯେଉଁ ୪ ମୃତକ ଅଛନ୍ତି, ସେମାନେ ହେଲେ ୬୦, ୬୩, ୨ ଓ ୭୫ ବର୍ଷ ବୟସ୍କ ପୁରୁଷ। ମୟୂରଭଞ୍ଜରେ ଜଣେ ୫୯ବର୍ଷ ବୟସ୍କ ପୁରୁଷ ଓ ଜଣେ ୪୫ ବର୍ଷ ବୟସ୍କା ମହିଳା ଅଛନ୍ତି। ପୁରୀର ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ଜଣେ ୬୦ ବର୍ଷୀୟା ମହିଳା ଥିବା ବେଳେ ୮୪ ଓ ୬୦ ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି। ରାୟଗଡ଼ା ଓ କଟକ ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି ସେମାନଙ୍କର ବୟସ ଯଥାକ୍ରମେ ୫୬ ଓ ୭୨ବର୍ଷ। ଅପରପକ୍ଷରେ କେନ୍ଦ୍ରାପଡ଼ା, କନ୍ଧମାଳ,ଅନୁଗୁଳ ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୮୧, ୫୦ ଓ ୬୭ ବର୍ଷ। ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୪୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯,୨୩୨ ରହିଛି।

Share Now:

Kalinga News Beuro

Next Post

ନକଲି ସାମ୍ବାଦିକଙ୍କ ଜଙ୍ଗଲୀ ମାଂସ ଚାଲାଣ: ଫାର୍ମ ହାଉସ୍‌ରେ ଜମୁଛି ଭୋଜି

Fri Sep 25 , 2020
ବନ ବିଭାଗ ଓ ପୁଲିସ ନିରବଦ୍ରଷ୍ଟା ବାରଙ୍ଗ : ଚନ୍ଦକା ଅଭୟାରଣ୍ୟରେ ମାଂସ ପାଇଁ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବନ ବିଭାଗ ଓ ପୁଲିସ ପକ୍ଷରୁ ଧରପଗଡ଼ ଚାଲିଥିଲେ ହେଁ ବନ୍ୟପ୍ରାଣୀ ଶିକାର ହ୍ରାସ ପାଉନାହିଁ। ତେବେ ଏହା ପଛରେ କେବଳ ଶିକାରୀ ଦାୟୀ ନୁହନ୍ତି, ବରଂ ବହୁ ବଡ଼ବଡ଼ିଆଙ୍କ ଜଙ୍ଗଲୀ ମାଂସ ଖାଇବା ସଉକ ଶିକାରୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି। ଏବେ ଜଣେ ନକଲି […]
ପ୍ରେସ୍ ଲେଖାଥିବା ବାଇକ୍‌ରେ ଜଙ୍ଗଲୀ ମାଂସ ଚାଲାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial