ପତ୍ନୀଙ୍କ ଗହଣା ବିକି ଅଟୋରିକ୍ସାକୁ ଆମ୍ବୁଲାନ୍ସ କଲେ ଜାଭେଦ: ଦେଉଛନ୍ତି ମାଗଣା ସେବା

ଅଟୋରିକ୍ସାକୁ ଆମ୍ବୁଲାନ୍ସ କଲେ ଜାଭେଦ

ଭୋପାଳ: ପତ୍ନୀଙ୍କ ଗହଣା ବିକିଲେ ଆଉ ନିଜ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କଲେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଟୋ ଡ୍ରାଇଭରଙ୍କ ବାବଦରେ କହିବୁ ଯିଏକି କରୋନା ମହାମାରୀ ଭଳି ସମୟରେ ରୋଗୀଙ୍କ ସେବା ପାଇଁ ଆଗେଇ ଆସିଛନ୍ତି। ମଧ୍ୟପ୍ରଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ଭୋପାଳ ସହର ଏଥିରୁ ବାଦ ପଡ଼ିନାହିଁ। ଆଉ ଭୋପାଳରେ ଆମ୍ବୁଲାନ୍ସଟିଏ ପାଇବା କଷ୍ଟକର ହୋଇପଡିଥିବାବେଳେ ଏବେ ଅଟୋ ଡ୍ରାଇଭର ଜାଭେଦ ଖାନ ସମସ୍ତଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଆଗେଇ ଆସିଛନ୍ତି। ନିଜର ଯାତ୍ରୀବାହୀ ଅଟୋକୁ ବର୍ତ୍ତମାନ ସେ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି। ଜାଭେଦ୍ ଖାନ୍, ପ୍ରତିଦିନ ୨୦୦ରୁ ୩୦୦ ଟଙ୍କା ଆୟ କରୁଥିବାବେଳେ ନିଜ ସ୍ୱଳ୍ପ ସାଧନରେ କିଭଳି ଲୋକଙ୍କ ସେବା କରିବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ। ଆଉ ତାଙ୍କ ପତ୍ନୀ ତାଙ୍କୁ ସାହସ ଦେଇ ନିଜର ସୁନା ଅଳଙ୍କାର ଦେଇଥିଲେ। ଏହାକୁ ବିକି ଜାଭେଦ ନିଜ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କରିଦେଇଛନ୍ତି। ଯେଉଁମାନେ ଆମ୍ବୁଲାନ୍ସ ଆବଶ୍ୟକ କଲେ ବି ପାଇପାରୁନାହାନ୍ତି, ଜାଭେଦ ସେମାନଙ୍କ ନିକଟରେ ପହଁଚିଯାଉଛନ୍ତି ଓ ମାଗଣାରେ ତାଙ୍କୁ ହସ୍ପିଟାଲ ଯାଏଁ ନେଇଯାଉଛନ୍ତି।

ଜାଭେଦ କହିଛନ୍ତି ଯେ ‘ମୁଁ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲରେ ଆମ୍ବୁଲାନ୍ସ ଅଭାବରୁ ଲୋକ ଡାକ୍ତରଖାନା ଯାଇପାରୁନଥିବାର ଦେଖିଥିଲି। ତେଣୁ ମୁଁ କିଭଳି ଏହାକୁ ସମାଧାନ କରିପାରିବି ତାହା ଚିନ୍ତା କରିଥିଲି। ମୁଁ ଏଥିପାଇଁ ମୋ ପତ୍ନୀଙ୍କ ଅଳଙ୍କାର ବିକ୍ରି କରିଥିଲି। ମୁଁ ପ୍ରତିଦିନ ଫିଲିଂ ସେଣ୍ଟର ବାହାରେ ଧାଡି ବାନ୍ଧି ଅମ୍ଳଜାନ ଭରିଥାଏ। ଆମ୍ବୁଲାନ୍ସ ନଥିଲେ ଲୋକମାନେ ମୋତେ କଲ କରିପାରିବେ’।

Share Now:

Kalinga News Beuro

Next Post

୭ଦିନରେ ଏମ୍ସରେ ଚିକିତ୍ସାଧୀନ ୧୫ ଜଣଙ୍କ ମୃତ୍ୟୁ

Sat May 1 , 2021
ଭୁବନେଶ୍ବର : ଗତ ୭ ଦିନ ମଧ୍ୟରେ ଏମ୍ସରେ ସ୍ଥିତ କୋଭିଡ ଡାକ୍ତରଖାନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ସୂଚନା ମିଳି ନାହିଁ। ଦୁଇ ଦିନ ତଳେ ୫ ଜଣ ପ୍ରାଣ ହରାଇଥିବାବେଳେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ କିଛି କୋଭିଡ ଆକ୍ରାନ୍ତ ଥିଲେ, ଅନ୍ୟ କିଛି ରୋଗୀ ଅଣକୋଭିଡ ରୋଗର ଚିକିତ୍ସା ପାଇଁ ଆସି […]
୭ଦିନରେ ଏମ୍ସରେ ଡାକ୍ତରଖାନାରେ ୧୫ ଜଣଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial