ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରୁ ପୁଣି ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ

୬୫ ଜଣ କରୋନା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକ ମଧ୍ୟରେ ପୁଣି ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮ ଜଣ ସଂଗରୋଧ କେନ୍ଦ୍ରରୁ ଥିବାବେ‌ଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୪୯୯ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୫୧ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲା‌ରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେ‌ଳେ ବାଲେଶ୍ବରରୁ ୨ ଜଣ, ବରଗଡ଼ରୁ ୨ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୧୩ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୭ ଜଣ, ମୟୂରଭଞ୍ଜରୁ ୭ ଜଣ, ସମ୍ବଲପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ୍ ଦିଆଯିବ: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ

Sat Mar 13 , 2021
ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା […]
ପ୍ରଥମରୁ ଅଷ୍ଟମ ସବୁ ଛାତ୍ରଛାତ୍ରୀ ପ୍ରମୋସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial