ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଶୀର୍ଷରେ ଆମେରିକା

ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ

ଭାରତରେ ସୁସ୍ଥତା ହାର ସବୁଠାରୁ ଅଧିକ

ନୂଆଦିଲ୍ଲୀ: ବିଶ୍ବରେ ୧୦ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ପାର କରିଥିବା ଜଣା ପଡ଼ିଛି। ୱାର୍ଲ୍ଡ କରୋନା ମିଟରର ତଥ୍ୟ ଅନୁସାରେ ୩ କୋଟି ୩୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ କୋଟି ୪୬ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ୩ କୋଟି ୨୯ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସବୁଠୁ ଆଗରେ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ସୁସ୍ଥତା ହାର ଦୃଷ୍ଟିରୁ ଆଗରେ ରହିଛି ଭାରତ। ଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହି ମାରାତ୍ମକ ଭୂତାଣୁକୁ ନେଇ ଚିନ୍ତା ବଢି ଯାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏବେ ବି ଏହା ଅଦମନୀୟ ହୋଇ ରହିଛି। ହେଲେ ଭାରତ ପାଇଁ ଏହା କେବଳ ଗୋଟିଏ ଆଶ୍ୱସ୍ତର କଥା ଯେ, ଦେଶର ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ।

Share Now:

Kalinga News Beuro

Next Post

ସେଲଫି ନେଲାବେଳେ ଡ୍ୟାମ ପାଣିରେ ପଡି ମହିଳାଙ୍କ ମୃତ୍ୟୁ

Mon Sep 28 , 2020
ଭୋପାଳ: ମଧ୍ୟପ୍ରଦେଶର ହଲାଲି ଡ୍ୟାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କ ପତ୍ନୀ ସେଲଫି ନେବାବେଳେ ପାଣିରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀଦଳର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ମହିଳା ଜଣକଙ୍କ କୌଣସି ପତ୍ତା ମିଳି ନଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ଭୋପାଲଠାରୁ ପ୍ରାୟ […]
ସେଲଫି ନେବାବେଳେ ପାଣିରେ ପଡ଼ି ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial