ନୂଆଦିଲ୍ଲୀ : ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ସେହିପରି ମୃତକଙ୍କ ସଂଖ୍ୟା ୨୫ ହଜାର ୬୦୨କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସର୍ବାଧିକ ୩୪ ହଜାର ୯୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ୬୮୭ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୩ ଲକ୍ଷ ୪୨ ହଜାର ୪୭୩ ଥିବା ବେଳେ ସୁସ୍ଥ ହେଲେଣି ୬ ଲକ୍ଷ ୩୫ ହଜାର ୭୫୭। ମହାରାଷ୍ଟ୍ରରେ ୨ ଲକ୍ଷ ୮୪ ହଜାର ୨୮୧ ଆକ୍ରାନ୍ତ ହୋଇଥିବା ବେଳେ ୧୧ ହଜାର ୧୯୪ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଦିଲ୍ଲୀରେ ୩ ହଜାର ୫୪୫, ଗୁଜରାଟରେ ୨ ହଜାର ୮୯, ତାମିଲନାଡୁରେ ୨ହଜାର ୨୩୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ଅଣାୟତ୍ତ କରୋନା ସ୍ଥିତି: ୧୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Share Now: