କୋଭାକ୍ସିନ୍ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ: ବିଶେଷଜ୍ଞ

କୋଭାକ୍ସିନ୍ ଟିକା ନେଇଥିଲେ ସହବାସ ବେଳେ ସତର୍କତା

ନୂଆଦିଲ୍ଲୀ:ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେ ନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି। ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ। ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବାବେଳେ ପରୀକ୍ଷଣରେ ସାମିଲ ହେଉଥିବା ସ୍ୱେଚ୍ଛାସେବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଥିଲା। ହେଲେ, ଜାନୁଆରି ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ସମୂହ କୋଭିଡ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଏଭଳି ସତର୍କ ସୂଚନା ଜାରି କରାଯାଇନାହିଁ। ବିଶେଷଜ୍ଞ ଡାକ୍ତରଙ୍କ କହିବାନୁସାରେ, ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି। ତେଣୁ ଏହି ଟିକାର ଗର୍ଭରେ ଥିବା ଭୃଣ ଉପରେ କ’ଣ ପ୍ରଭାବ ରହିବ ତାହା ଜଣାନାହିଁ। ସୁରକ୍ଷା ଦୃଷ୍ଟିରୁ କୋଭାକ୍ସିନ ଟିକା ନେଉଥିଲେ ଅନୂନ୍ୟ ୩ ମାସ ପାଇଁ ସହବାସରୁ ଦୂରେଇ ରହିବା କିମ୍ବା ଶାରୀରିକ ସଂପର୍କ ରଖିଲା ବେଳେ ପ୍ରତିଷେଧକ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର।

Share Now:

Kalinga News Beuro

Next Post

ରାତିଅଧିଆ ରାସ୍ତା ମଝିରେ ପାଚେରି : ୪୦ ପରିବାର ଗୃହବନ୍ଦୀ

Mon Jan 25 , 2021
ଭୁବନେଶ୍ବର : ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୪ବର୍ଷ ହେଲା ସରକାରୀ ରାସ୍ତା ଭାବି କଲୋନିବାସୀ ସ୍ବାଭାବିକ ଭାବେ ଯାତାୟାତ କରୁଥିଲେ। ମାତ୍ର ହଠାତ୍ ଚିତ୍ର ବଦଳିଗଲା। ରାସ୍ତା ଉପରେ ରାତିଅଧିଆ ଛିଡ଼ା ହେଲା ପାଚେରି। ରାସ୍ତାଟି ଘରୋଇ ଜମି ଦାବି କରି ମାଲିକ ପାଚେରି ଠିଆ କରାଇଦେଲେ। ଫଳରେ ରାସ୍ତା ବନ୍ଦ ହୋଇଗଲା ଓ ସ୍ବାଭାବିକ ଭାବେ କଲୋନିର ୪୦ ପରିବାର ଗୃହବନ୍ଦୀ ହୋଇଗଲେ। ଗାଡ଼ିମଟର ଚଳାଚଳ […]
ରାସ୍ତା ମଝିରେ ପାଚେରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial