ଦେଶର ଅଧା ଲୋକ ପିନ୍ଧୁନାହାନ୍ତି ମାସ୍କ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି

ଯେତିକି ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକ ଭାବେ ପିନ୍ଧୁନାହାନ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେ ବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି। ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି। ଯ଼େତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ କରୁଛି ଓ ନାକ ଖୋଲା ରହୁଛି। ୨୦ ପ୍ରତିଶତ ଲୋକ ଥୋଡ଼ିରେ ଓ ୨ ପ୍ରତିଶତ ବେଗରେ ମାସ୍କ ପିନ୍ଧୁଛନ୍ତି। ମାସ୍କ ପିନ୍ଧୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୪ ପ୍ରତିଶତ ଲୋକ ଠିକଭାବରେ ମାସ୍କ ପିନ୍ଧୁଛନ୍ତି ବୋଲି କେନ୍ଦ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶାରେ ଗତ ୧୩ରୁ ୧୯ ମେ ସପ୍ତାହରେ ପଜିଟିଭିଟି ହାର ୨୨.୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି। ବିଗତ କିଛି ଦିନ ହେଲା ଦେଶରେ ନିୟମିତଭାବେ ସଂକ୍ରମଣ କମିଚାଲିଛି , ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୨.୭୬ ଲକ୍ଷ ନୂଆ ମାମଲା ଦେଖାଦେଇଛି। ତାହା ମଧ୍ୟରୁ ୭୭ ପ୍ରତିଶତ ମାମଲା ୧୦ଟି ରାଜ୍ୟରେ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ,ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଗତ ୩ ସପ୍ତାହ ହେଲା ପଜିଟିଭିଟି ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ତାମିଲନାଡ଼ୁ ଓ ଉତ୍ତର-ପୂର୍ବରାଜ୍ୟ ଯ଼େପରିକି ମେଘାଳୟ, ତ୍ରିପୁରା, ମିଜୋରାମ, ମଣିପୁର, ସିକ୍କିମ ଓ ନାଗାଲାଣ୍ଡରେ ଦ୍ରୁତଗତିରେ ସଂକ୍ରମଣ ହାର ବୃଦ୍ଧି ପାଇଚାଲିଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ କରୋନା ଆକ୍ରାନ୍ତ

Fri May 21 , 2021
ଭୁବନେଶ୍ୱର : ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି। ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି। ଗୁରୁବାରଦିନ ଝାରପଡ଼ା ଜେଲ୍‌ରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କୋଭିଡ୍ […]
ପ୍ରଦୀପ ପାଣିଗ୍ରାହୀ ଅଭୟକାନ୍ତ ପାଠକ କରୋନା ଆକ୍ରାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial